ଗୋପିନାଥ ଦେବଙ୍କ ଭଉଁରୀ ଯାତ୍ରା 

 ପିପିଲି : ପାରମ୍ପରିକ ଭଉଁରୀ ଯାତ୍ରା ପାଇଁ ପିପିଲି ଥାନା ଉସôବ ମୁଖର ।   ପିପିଲି ଥାନା ସମୁଖରେ ଥିବା ପତିତପାବନ, ଗୋପୀନାଥ ଦେବଙ୍କ ଭଉଁରୀ ଓ ଚନ୍ଦନ ଯାତ୍ରା ପାଇଁ ସୁନ୍ଦର ଆଲୋକମୟ ସହ ଉସôବ ମୁଖର ହୋଇ ଉଠିଛି ପିପିଲି ଥାନା  । ୧୮୦୬ ମସିହାରୁ ପ୍ରତିଷ୍ଠା ହୋଇଥିବା ପିପିଲି ଥାନାରେ ଆରମ୍ଭରୁ ଥାନା ସମ୍ମୁଖରେ ଥିବା ପ୍ରଭୁ ଗୋପାଳଜୀଉଙ୍କ ଭଉଁରୀ ଯାତ୍ରା ପାରମ୍ପାରିକ ଭାବେ ଅନୁଷ୍ଠିତ ହୋଇ ଆସୁଛି  । ଏହି ଅବସରେ ପିପିଲି ଥାନା ସହ ସମ୍ମୁଖରେ ଥିବା ଗୋପାଳଜୀଉ ମନ୍ଦିରକୁ ସୁସଜିତ କରାଯାଇଥିଲା  । ଅକ୍ଷୟ ତୃତୀୟା ଠାରୁ  ଆରମ୍ଭ ହୋଇଥିବା ଗୋପୀନାଥ ଦେବଙ୍କ ଚନ୍ଦନଯାତ୍ରା ଉଦଯାପନ ଦିବସରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥିଲା  । ସକାଳେ ଦ୍ୱାରାଫିଟା, ସାତଟାରେ  ମଙ୍ଗଳ ଆଳତି, ବାଳଭୋଗ, ଦଶଟାରେ ହୁମ, ସାଢେଗୋଟେରେ ଦ୍ୱିପ୍ରହର ଶଙ୍ଖୁଡ଼ିଭୋଗ, ଛ ଟାରେ ସନ୍ଧ୍ୟା ଆଳତି, ପରେ ଗୋପୀନାଥ ମନ୍ଦିରରୁ ବାହାରି ଚାପ ଖେଳିବାକୁ ବାହାରିଲେ  । ଗୋପୀନାଥ ମନ୍ଦିରରୁ ବାହାରି ସୁସଜିତ ବିମାନରେ ନିଆଯିବାସହ ପ୍ରଥା ଅନୁଯାୟୀ ଗୋପୀନାଥ ପ୍ରଥମେ ଥାନା ସମୁଖରେ ଭୋଗ ଖାଇ ଥାନା ପଛପଟେ ଥିବା ପୋଖରୀରେ ଚାପ ଖେଲିବାକୁ ଗଲେ  । ପୋଖରୀକୂଳରେ ଭୋଗ ଲାଗି ହେବାପରେ   ଏକ ଘଣ୍ଟା ପଯ୍ୟନ୍ତ ଚାପ ଖେଳିଲେ ହରିବୋଲ ହୁଳହୁଳି ସହ ପାରମ୍ପରିକ ବାଦ୍ୟ ସହ ଆତସବାଜି ରେ ପ୍ରକମ୍ପିତ ହୋଇଉଠିଥିଲା ସାର ସହର  । ପ୍ରଭୁଙ୍କ ଚାପ ଖେଳ ସରିବା ପରେ ପ୍ରଭୁ ଗୋପାଳ ଜୀଉଙ୍କୁ ସୂସଜିତ ବିମାନରେ ପିପିଲି ନଗର ପରିକ୍ରମା କରାଯାଇଥିଲା । ନଗର ପରିକ୍ରମା ସମୟରେ ଗ୍ରାମବାସୀ ମାନଙ୍କ ଦୁଆରେ ଭୋଗ ଖାଇଥିଲେ ମହାପ୍ରଭୁ  । ମହାପ୍ରଭୁଙ୍କ ନଗର ପରିକ୍ରମା ବେଳେ କଣ୍ଡେଇ ନାଚ, ଘୋଡା ନାଚ, ସମ୍ବଲପୁରୀ ବାଦ୍ୟ ସହ ଡିଜେ ବାଦ୍ୟ ଆଦି ସାମିଲ ହୋଇ ପିପିଲି ବଜାରରେ ପରିକ୍ରମା କରାଯାଇଥିଲା  ।   ପିପିଲି ର ମହାରାଜା   କ୍ଳବ ର ସଦସ୍ୟମାନେ ଏଥିରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳାର ସହିତ ନଗର ପରିକ୍ରମା କରାଇଥିଲେ  । ପୁରୀ ଜଲ୍ଲା ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, ସଚିନ ପଟେଲ, ପୂର୍ବତନ ଥାନା ତଥା ଭୁବନେଶ୍ୱର ଏ.ସି.ପି ଶରତ କୁମାର ସାହୁ, ନିମାପଡ଼ା ଏସଡିପିଓ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମାଜସେବୀ ମାନେ ସାମିଲ ହୋଇଥିଲେ  ।