ଗୋପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତାଳଚେର:  ପବିତ୍ର ରକ୍ଷା ବନ୍ଧନ ଅବସରରେ କେନ୍ଦ୍ରୀୟ ଚଷା ସମାଜ ତାଳଚେର ପକ୍ଷରୁ ପରାବିଲ ଗ୍ରାମ ଚଷା ସମାଜର ସଭାପତି ପ୍ରଶ୍ନ କୁମାର ପ୍ରଧାନଙ୍କ ଘରେ ଗୋପୂଜନ କରିବା ସହ ପବିତ୍ର ମୋହନ ଚଷା ଭବନ ଠାରେ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୋପୂଜନ କରିବା ସହ ବୃକ୍ଷରୋପଣ କରିଥିଲେ । କେନ୍ଦ୍ରୀୟ ଚଷା ସମାଜର ସଭାପତି ମକୁନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ । କେନ୍ଦ୍ରୀୟ କମିଟି ଅଧିନରେ ଥିବା ୫ଟି ଅଞ୍ଚଳର ସଭାପତି ସମେତ ଶତାଧିକ ଚଷା ଭାଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।  ଏହି ଅବସରରେ ବିଧାୟକ ଶ୍ରୀ ମହାନ୍ତି ସମାଜସେବୀ କ୍ଷିରୋଦ ସାହୁ ଓ ସଫଳ ଚାଷୀ ଭାବେ ରମେଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ରାମଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ବିନୋଦ କୁମାର ଜେନା, ତ୍ରିପୁରାରୀ ପ୍ରଧାନ, ବିନୟ କୁମାର ପ୍ରଧାନ, ସୁମନ୍ତ ପ୍ରଧାନ, ହିମାଂଶୁ ଶେଖର ସାହୁ, ଚିତରଂଜନ ପ୍ରଧାନ, ସନାତନ ସାହୁ, ଡମ୍ବରୁଧର ସାହୁ, ପରାବିଲ୍ ସରପଞ୍ଚଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ପ୍ରଧାନ, ନଦୀକୂଳ ଅଞ୍ଚଳ ସଭାପତି ବୃନ୍ଦାବନ ସାହୁ, ବଜ୍ରକୋଟ ଅଞ୍ଚଳ ସଭାପତି ଲିଙ୍ଗରାଜ ପ୍ରଧାନ, ଶତୃଘନ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ବିଜୟ କୁମାର ସାହୁ, ରସାନନ୍ଦ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ହର୍ଷବର୍ଦ୍ଧନ ପ୍ରଧାନ, ଆନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।