କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା 

 ନିମାପଡ଼ା :  ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗ୍ରାମର ଦିବଙ୍ଗତା ସମିଦାଙ୍କୁ ନ୍ୟାୟ ଏବଂ ଦୁବୃର୍ତ୍ତଙ୍କ ଗିରଫ ଦାବିରେ ଏକ ନାରୀ ନ୍ୟାୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖେଲାର ବଜାର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ବାୟାବରର ଦିବଙ୍ଗତା ସମିଦାଙ୍କ ଘରେ ପହଞ୍ଚô ମୃତାଙ୍କ ବାପାଙ୍କୁ ଭେଟି ସମବେଦନା ଜଣାଇବା ସହ ବଳଙ୍ଗା ବଜାର ଦେଇ ନିମାପଡ଼ାରେ ପହଞ୍ଚô ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । ବାୟାବର ଦିବଙ୍ଗତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏ ଲଢେଇ କଂଗ୍ରେସ ଦଳ ପକ୍ଷରୁ ଜାରି ରହିବ ବୋଲି ମଧ୍ୟ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, କାକଟପୁର କଂଗ୍ରେସ ନେତା ବିଶ୍ୱ ଦାସ, ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ନିରୁପମା ପାତ୍ର, ଜିଲ୍ଲା ସଂଯୋଜକ ରାଜେଶ କୁମାର ମିଶ୍ର, ନିମାପଡ଼ା ବ୍ଲକ ସଂଯୋଜକ କାଳନ୍ଦୀ ବାରିକ ଓ ଗୋପ ବ୍ଲକ ସଂଯୋଜକ ଭାସ୍କର ସେଠଙ୍କ ସମେତ ବହୁ କଂଗ୍ରେସ ନେତୃତ୍ୱ ଓ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ ।