ଗୋଷ୍ଠୀ ସଂଘର୍ଷ: ପ୍ରଶାସନର ୧୬୩ ଧାରା ଲାଗୁ

ଗୋଷ୍ଠୀ ସଂଘର୍ଷ: ପ୍ରଶାସନର ୧୬୩ ଧାରା ଲାଗୁ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବେଡାପଡାରେ ଗୋଷ୍ଠୀ ସଂଘର୍ଷକୁ ବିତିଯାଇଛି ଦୁଇଦିନ । ପୁଣି ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ଅଂଚଳବାସି । ଗତ ୧୨ତାରିଖରେ ହିନେ୍ଦାଳ ବ୍ଲକ ବାବନ୍ଧ ଜିପି ରାସୋଳ ଥାନା ଅନ୍ତର୍ଗତ ବେଡାପଡା ଗ୍ରାମରେ  କ୍ରୀକେଟର ଖେଳର ଶେଷ ଦିବସରେ ବାଣଫୁଟା ଓ ବାଇକ୍ ନେବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଖେଳ ଶେଷପରେ ଘରକୁ ଗୋଟିଏ ଗୋଷ୍ଠୀର ଯୁବକମାନେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଫଳରେ ରାକେଶ ପରିଡ଼ା ୨୫ ବର୍ଷ ନାମକ ଯୁବକ ଗୁରୁତର ଆହତହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଭୟଙ୍କର ଉତ୍ତେଜନା ଦେଖାଦେବା ସହ ରାସୋଳ  ପୁଲିସ ଗ୍ରାମର ଉଭୟ ଗୋଷ୍ଠିରୁ ପ୍ରାୟ ୩୩ ଜଣଙ୍କୁ ଥାନାରେ ଅଟକ ରଖି କୋର୍ଟ ଚାଲାଣ କରିବାସହ ପ୍ରଶାସନ ପକ୍ଷରୁ ଗ୍ରାମରେ ୧୪୪ ଧାରା ଜାରୀ ହୋଇଥିଲା । ତେବେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିବାବେଳେ ଗ୍ରାମରେ ଭିତରେ ଭିତରେ ଉତ୍ତେଜନା ବୃଦ୍ଧି ପାଇବା ସହ ଉଭୟ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଆଗକୁ ବଡଧରଣର ଗୋଷ୍ଠୀ ସଂଘର୍ଷ ହେବା ଆଶଙ୍କାକୁ ଆଖିଆଗରେ ରଖି ଉପଜିଲ୍ଲାପାଳଙ୍କ ପକ୍ଷରୁ ଡକାବାଜି ଯନ୍ତ୍ରଯୋଗେ ଧାରା ୧୬୩ ଲାଗୁକରିବା ସହ ଜନସାଧାରଣ ଏକାଠି ନହେବା, ମେଳି ନକରିବା ଏବଂ ସଂଘର୍ଷକୁ  ପ୍ରୋହସôନ ନଦେବାକୁ ତାଗିତ କରିଛନ୍ତି । ତେବେ ବେଡାପଡାରେ ଗ୍ରାମ ଜନଶୂନ୍ୟ ହୋଇଯିବା ସହ ଆଗକୁ କଣ ଯେ ଘଟିବ ସେଥିପାଇଁ ଜନସାଧାରଣ ସନ୍ଦିହାନ ଥିବା ଦେଖାଯାଇଛି । ପ୍ରଶାସନ ପକ୍ଷରୁ ସତର୍କତା ସହ ପରିସ୍ଥିତି ଉପରେ ନଜର ରଖି ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇ ସମସ୍ତ ପ୍ରକାର ପ୍ରତିକାର ପାଇଁ ପଦକ୍ଷେପ ନେବାସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ।