ଗୋ-ଶାଳା କରିବା ପ୍ରସ୍ତାବକୁ ବିରୋଧ
ଜଗତସିଂହପୁର : ଜଗତସିଂହପୁର ବ୍ଲକ ତୁମ୍ଭା ଅଣ୍ଢେଇ ସାହି ଗ୍ରାମପଞ୍ଚାୟତର କୋର୍ତ୍ତଲ ଗ୍ରାମର ଖାତା ନମ୍ବର ୨୪୨, ପ୍ଲଟ ନମ୍ବର ୧୩୪ କିସମ ଗୋଚରରେ ଗୋଶାଳା ଗୃହ ନିର୍ମାଣ କରିବାପାଇଁ ପ୍ରଶାସନ ତରଫରୁ ଏକ ନୋଟିସ ଦିଆଯାଇଛି । ଗ୍ରାମବାସୀ ଜାଣିବାପରେ ଏହାକୁ ବିରୋଧ କରିବା ସହିତ ଗୋଶାଳା ନକରିବାପାଇଁ ଜÿିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ ଓ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାରୁ ଜଣାପଡେ ଯେ ଏହି ପଡିଆଟି ଗୋବରୀ ନଦୀ କୂଳରେ ଅବସ୍ଥିତ । ଏଠାରେ ଦାସକୁଦ ମଠ ମଧ୍ୟ ରହିଛି । ୯ ଏକରରୁ ଉର୍ଦ୍ଧ ଏହି ଜମିରେ ଚାଷୀମାନଙ୍କ ପାଇଁ ଧାନ ଖଳା ରହିଛି, ସ୍ମଶାନ ରହିଛି । ଗୃହ ପାଳିତ ପଶୁ ମାନଙ୍କ ନିମନ୍ତେ ବିରାଟ ପଡିଆ ରହିଛି । ଗ୍ରାମବାସୀଙ୍କ ଉଦ୍ୟମରେ ଏହି ଗୋଚର ଚାରିପାଖରେ ୫ ହଜାରରୁ ଉର୍ଦ୍ଧ ତାଳଗଛ, ୩ ହାଜରରୁ ଉର୍ଦ୍ଧ ନିମ୍ବ, କରଞ୍ଜ ଗଛ, ଜାମ୍ମୁ ଲଗାଯାଇଛି । ଏଠାରେ ଗୋଶାଳା ହେଲେ ଏ ସମସ୍ତ ନଷ୍ଟ ହେବା ସହ ଗୃହପାଳିତ ପଶୁ ଓ ଜନସାଧାରଣ ମାନେ ପ୍ରଭାବିତ ହେବେ ବୋଲି ପଂଚାୟତ ବାସୀ କହିଛନ୍ତି । ବାତ୍ୟା ବନ୍ୟା ସମୟରେ ସରକାରୀ ରିଲିଫ ଏହିଠାରେ ହିଁ ଦିଆଯାଇଥାଏ । ଶିଶୁ ବିଦ୍ୟାମନ୍ଦିରର ସଂକୁଳସ୍ତରୀୟ ଖେଳକୁଦ ଅନୁଷ୍ଠିତ କରାଯାଇଥାଏ । ପଞ୍ଚାୟତ ଷ୍ଟାଡିଅମ ହିସାବରେ ବ୍ଲକ ସ୍ତରୀୟ କ୍ରିକେଟ ସହିତ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥାଏ । ଗ୍ରାମବାସୀଙ୍କ ପ୍ରଚେଷ୍ଟା ରେ ଏଠାରେ ଏକ ମେଡିକାଲ ନିର୍ମାଣ କରିବାପାଇଁ ଯୋଜନା ରହିଛି । ଗୋଚରକୁ ଲାଗି ରହିଥିବା ବହୁ ପୁରାତନ ଦାସକୁଦ ମଠ ଅବସ୍ଥିତ । ଏହି ମଠରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଏହି ଗୋଚର ପଡିଆ ସହିତ ଗୋବରୀ ନଦୀ, ଜଙ୍ଗଲ ଓ ମଠ ଏକ ସୁନ୍ଦର ପରିବେଶ ସୃଷ୍ଟି କରୁଛି । ଗୋଶାଳା ହେଲେ ଏହି ସୁନ୍ଦର ପରିବେଶ ନଷ୍ଟ ହୋଇଯିବ ବୋଲି ଅଞ୍ଚଳବାସୀ ପ୍ରତିବାଦ କରିବା ସହିତ ଅନ୍ୟତ୍ର ନେବାପାଇଁ ଦାବି ଉଠାଇଛନ୍ତି । ସୁବାଷ ଚନ୍ଦ୍ର ମହାନ୍ତି, ଶିବ ପ୍ରସାଦ ତ୍ରିପାଠୀ, ସୁଚିତ୍ରା ନନ୍ଦ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ସୋମ୍ୟ ରଞ୍ଜନ ଦାସ, ଦୁର୍ଗାପ୍ରସାଦ ଦାସ, ସମ୍ବିତ କୁମାର ଦାସ, ଲିଙ୍ଗରାଜ ସାହୁ, ବିମଳ ପ୍ରସାଦ ପାଲ, ତପସ୍ୱିନ ଦାସ, ନିର୍ମଳ ଚନ୍ଦ୍ର ପାଲ, ସୁଶାନ୍ତ ପାଲ, ମନୁ ଦାସ, ସ୍ମୃତି ରଞ୍ଜନ ମହାନ୍ତି, ଶରତ ଦାସଙ୍କ ସମେତ ସହସ୍ରାଧିକ ଅଞ୍ଚଳବାସୀ ଏହି ଦାବତ କରିଛନ୍ତି ।