ଗୌରହରି ସଂକୀର୍ତ୍ତନମଣ୍ଡଳର ବାର୍ଷିକୋତ୍ସବ
ନାଉଗାଁ: ନାଉଗାଁ ବ୍ଲକ ସ୍ଥିତ ତିହୁଡା ବାଲିସାହି ପତିତପାବନ ଜିଉ ମନ୍ଦିର ପରିସରରେ ଗୌରହରୀ ସଂକୀର୍ତ୍ତନ ମହାମଣ୍ଡଳ ମହୋତ୍ସବ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବାବା ସତ୍ୟାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂକୀର୍ତନ ମଣ୍ଡଳିଙ୍କୁ ନେଇ ଏକ ନଗର ପରିକ୍ରମା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାବା ବିଶ୍ୱାତ୍ମାନନ୍ଦ ଗିରୀ ସମତେ ବରଣ୍ୟ ସାଧୁ ସନ୍ଥ ମାନେ ଯୋଗଦେଇ ସଂକୀର୍ତ୍ତନର ମଣିଷ ଜୀବନରେ ଆବଶ୍ୟକତା ଓ ସଂକୀର୍ତ୍ତନ କଳାକୁ ପୁନର୍ଜୀବିତ କରି ରଖିବା ପ୍ରତ୍ୟକ କଳାକାରଙ୍କ ମୁଖ୍ୟଉଦେ୍ଦଶ୍ୟ ରହୁ ବୋଲି ମତ ବ୍ୟକ୍ତ କରିଥିଲେ । ବରଣ୍ୟଅତିଥି ସାଧୁ ସନ୍ଥଙ୍କ ଉପସ୍ଥିତରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲେ । ଏହି ନିର୍ବାଚନରେ ବାବା ଦିବ୍ୟାକୃଷ୍ଣ ଦାସ ସଭାପତି, ଉପସଭାପତି ପବିତ୍ର ନାୟକ ଏବଂ ତ୍ରିଲୋଚନ ପାଢ଼ୀ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମହାନ୍ତି, ସଂଗଠନ ସମ୍ପାଦକ କୈଳାସ ଚାନ୍ଦ୍ର ସ୍ୱାଇଁ, ସମ୍ପାଦକ ରମେଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ବିଭୁତି ଭୂଷଣ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ବାବା ସତ୍ୟାନନ୍ଦ ଦାସ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ବାରିକ, ରବୀନ୍ଦ୍ର ଓଝା, ସୁକାନ୍ତ ଲେଙ୍କା, ଗିରିଧାରୀ ମହାନ୍ତି, ମିଡ଼ିଆ ସେଲ ସମ୍ପାଦକ ମନୋଜ ନାୟକ ପ୍ରମୁଖଙ୍କୁ ନିର୍ବାଚିତ କରାଯାଇ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯୁବ ସଂକୀର୍ତନ ସଂଗଠକ ପପୀନ୍ଦ୍ର ବିଶ୍ୱାଳ, ହେମନ୍ତ ବାରିକ, ଭଗବାନ ନାୟକ, ବାପି ସାହୁ ସମେତ ଗୌରହରୀ ସଂକୀର୍ତ୍ତନ ମହାମଣ୍ଡଳ କର୍ମକର୍ତ ପରିଚାଳନା କରିଥିଲେ ।