ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉକôଳ ଆଲୁମିନା ସିଏସଆର

 ରାୟଗଡା : ଉକôଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି । ଯଦ୍ୱାରା କାରଖାନା ପ୍ରଭାବିତ ଏବଂ ସ୍ଥାନୀୟ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତନ ହୋଇଛି । ଏହି ପରିପ୍ରେକ୍ଷୀରେ ଉକôଳ ଆଲୁମିନା ସିଏସଆର ବିଭାଗ ତରଫରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡିପାରିପଞ୍ଚାୟତ ଅନ୍ତର୍ଗତ ରାଉଲିଘାଟି ଗାଁରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଯଦ୍ୱାରା ଗ୍ରାମବାସୀଙ୍କ ଜୀବନଶୈଳୀରେ ସକାରାତ୍ମକ ଉନ୍ନତି ପରିଲିକ୍ଷିତ ହୋଇଛି । ଦୀର୍ଘଦିନ ହେଲା ଉକ୍ତ ଗାଁରେ ରାସ୍ତା ନଥିବାରୁ ଗ୍ରାମବାସୀ ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଗାଁକୁ ରାସ୍ତା ନଥିବାରୁ ଲୋକେ ଦୈନିକ ଯାତାୟାତ ପାଇଁ ପାହାଡ଼ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ଯାତାୟାତ କରୁଥିଲେ । ସେହିଭଳି ଗାଁର ଛତ୍ରଛାତ୍ରୀ ମଧ୍ୟ ପାଠପଢାରେ ବାଧା ଉପୁଜିଥିଲା । କିନ୍ତୁ ଉକôଳ ଆଲୁମିନା ଖଣି ସିଏସଆର ତରଫରୁ ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ସକାଶେ ମୁଖ୍ୟ ରାସ୍ତାରୁ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗ୍ରାମକୁ ୨.୫ କିମି ରାସ୍ତା ନିର୍ମାଣ କରାଯାଇଥିବାରୁ ଲୋକେ ବାହ୍ୟ ଜଗତ ସହ ସଂଯୋଗ ହୋଇଛନ୍ତି । ସେହିପରି ରାଉଲିଘାଟି ଗ୍ରାମରୁ ପଡୋଶୀ ଗାଁ ବରଜାଖାଲକୁ ରାସ୍ତା ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଡୋରି ଲାଗିଥିଲା । ତେବେ ଏହି ସମସ୍ୟା ସମାଧାନ ନିମନ୍ତେ ସିଏସଆର ପାଣ୍ଠିରୁ ଗାଁରେ ଛତ୍ରଛାତ୍ରୀଙ୍କ ପାଠପଢା ପାଇଁ ରାସ୍ତା ନିର୍ମାଣ କରାଯାଇଛି । ଉକ୍ତ ୧.୭ କିମି ରାସ୍ତା ସିଧାସଳଖ ସ୍ଥାନୀୟ ବରଜାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରିଥିବା ବେଳେ ଗାଁର୧୨ଜଣ ଶିକ୍ଷାର୍ଥୀମାନେ ଦୈନିକ ସେହି ରାସ୍ତାରେ ସ୍କୁଲ ଯାତାୟାତ କରିପାରୁଛନ୍ତି । ଏହି ଅବସରରେ ପ୍ରତିକ୍ରିୟା ଦେଇ ହିଣ୍ଡାଲ୍କୋ ଖଣି ବ୍ୟବସାୟ ମୁଖ୍ୟ କୈଳାଶ ପାଣ୍ଡେ କହିଛନ୍ତି ଯେ, ଗ୍ରାମବାସୀ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟାରେ ଜର୍ଜରିତ ହୋଇଥିଲେ । ବିଭିନ୍ନ ସମୟରେ ଝରଣା ପାଣିକୁ ବ୍ୟବହାର କରି ଜଳ ବାହକ ମାରାତ୍ମକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସା ହୋଇଥିବା ବେଳେ ଅନେକ ସମୟରେ ଗ୍ରାମବାସୀ ମୃତୁ୍ୟ ମୁଖରେ ପଡ଼ିଥାନ୍ତି । ସମ୍ପ୍ରତି ସମସ୍ୟା ଦୂର କରିବା ନିମନ୍ତେ ଉକôଳ ଆଲୁମିନା ସିଏସଆର ତରଫରୁ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷପ ସ୍ୱରୂପ ସେହି ଗାଁରେ ଝରଣା ପାଣି ବିଶୋଧାନ ପାଇଁ ଯାନ୍ତ୍ରିକ ଉପକରଣ ସ୍ଥାପନ କରାଯାଇଛି । ଯାହାଫଳରେ ଲୋକଙ୍କ ଘର ନିକଟକୁ ସିଧାସଳଖ ପାଇପ ଯୋଗେ ଟ୍ୟାପ ଦ୍ୱାରା ପାନୀୟ ଜଳ ସଂଯୋଗ କରାଯାଇଛି ବୋଲି ଶ୍ରୀପାଣ୍ଡେ ପ୍ରକାଶ କରିଛନ୍ତି । ସେହିପରି ସେ କହିଛନ୍ତି ଯେ, ବର୍ଷାଦିନେ ପାଣି ଜମିରହି ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବାବେଳେ ସମ୍ପ୍ରତି ସମସ୍ୟା ସମାଧାନ ସକାଶେ ଡ୍ରେନ ନିର୍ମାଣ କରାଯାଇଛି । ଯାହାଫଳରେ ବର୍ଷାଜଳ ନିଷ୍କାସିତ ହେବା ସହ ଗାଁରେ ସ୍ୱଚ୍ଛତା ବୃଦ୍ଧି ହୋଇଛି ।  ଏନେଇ ରାଉଲିଘାଟି ଗ୍ରାମ ମୁଖ୍ୟ ମାଳିଆ ମାଝୀ କହିଛନ୍ତି ଯେ, ଉକôଳ ଆଲୁମିନା ସିଏସଆର ବିଭାଗ ଗ୍ରାମବାସୀଙ୍କ ଦୀର୍ଘଦିନର ଦୁଃଖ ଦୂର କରିଛନ୍ତି ।