ଘଣ୍ଟପଡା ନୋଡାଲ ବିଦ୍ୟାଳୟର କ୍ରୀଡା ଉତ୍ସବ 

 ତାଳଚେର: ତାଳଚେର ବ୍ଲକ ଘଣ୍ଟପଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ପ୍ରଧାନଙ୍କ ତତ୍ତ୍ୱାବଧାନରେ ମଶାଲ ଯାତ୍ରା କରାଯାଇ କ୍ରୀଡା ପତାକା ଉତ୍ତୋଳନ କରାଯାଇଥିଲା । ଏହା ପରେ ବିଭିନ୍ନ ବିଭାଗର କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉମେଶ ପ୍ରସାଦ ମିଶ୍ର, ସମାଜସେବୀ କ୍ଷୀରୋଦ ସାହୁ, ଏସଏମସି ସଭାପତି ନିତ୍ୟାନନ୍ଦ ସାହୁ, ୱାର୍ଡ ମେମ୍ବର ରୁନୀ ସାହୁ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁନିତା ସାହୁ ଓ ନବମ ଶ୍ରେଣୀର ଛାତ୍ର ପ୍ରୀତମ ବେହେରା ଚାମ୍ପିଅନ୍ ହୋଇଥିଲେ । ଖେଳ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ ଓ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଅଶୋକ କୁମାର ଧରଙ୍କ ସହଯୋଗରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ବିଦ୍ୟାଳୟର ୧୨୫ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ଖେଳକୁ ସହଯୋଗ କରିଥିଲେ ।