ଘୋଡ଼ାଶାଳ ମରାମତି ପାଇଁ ଆଲୋଚନା
ତାଳଚେର : ତାଳଚେର ପୌରପରିଷଦ ଅଧିନରେ ଥିବା ଫାଷ୍ଟଗେଟ୍କୁ ନୂତନ ରୂପ ମିଳିଲା ପରେ ଏବେ ୧ନମ୍ବର ୱାର୍ଡ଼ରେ ଥିବା ଘୋଡ଼ାଶାଳ ଓ ହାତୀଶାଳ ଗେଟ୍କୁ ନିର୍ମାଣ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହା ଏକ ଚଳପ୍ରଚଳ ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ସାଧାରଣଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇପାରେ, ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ଗେଟ ପାଶ୍ୱର୍ରେ ଥିବା ସ୍ଥାନରେ ହୋଇଥିବା ଦଖଲକାରୀଙ୍କ ଅନୁମତିକ୍ରମେ ଉଭୟ ପଟେ ମଟରସାଇକେ ଯାତୟତ ପାଇଁ ଅପରିହାର୍ଯ୍ୟ ହୋଇ ପଡ଼ିଛି । ତେଣୁ ଏଥିପାଇଁ ନଗରପାଳ ପବିତ୍ର ଭୂତିଆଙ୍କ ଅଧ୍ୟକ୍ଷତାରେ ୱାର୍ଡ଼ର ମୁଖିଆ ଓ ବୈଜୟଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିଥିଲେ । ଏହି ଆଲୋଚନା ବେଳେ ସମାଜସେବୀ ଧିରେନ ଶତପଥୀ, ଦିପକ ଥମ୍ବ, ପୁପୁନା ଦାସ, କାଉନସିଲର ଯଶୋବନ୍ତ ମିଶ୍ର, ବାବୁନି ସ୍ୱାଇଁ, ଯଶବନ୍ତ ସାମନ୍ତ, ଜ୍ଞାନରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।