ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ବାର୍ଷିକ ଉତ୍ସବ
ଭଦ୍ରକ : ଭଦ୍ରକର ଯେତେ ସାରସ୍ୱତସାଧକ, ଐତିହାସିକ, କଳାକାର ଓ ରାଜନୈତିକ ଯୁଗଜନ୍ମାଙ୍କୁ ଜନ୍ମଦେଇ ଓଡିଶା କାହିଁକି ଭାରତବର୍ଷକୁ ଦିଗ୍ଦର୍ଶନ ଦେବା ସଙ୍ଗେସଙ୍ଗେ ଓଡିଶାକୁ ଗୌରବାନ୍ୱିତ କରିଛନ୍ତି ବୋଲି ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି । ସ୍ଥାୟୀ ସଭାପତି ଶିକ୍ଷାବିତ୍ ଗଗନବିହାରୀ ରାଉତ ପୌରହିତ୍ୟ କରିଥିବା ବେଳେ ସମ୍ପାଦକ ଉମାକାନ୍ତ ନାୟକ ସମ୍ୟକ ବକ୍ତବ୍ୟ ଓ କାର୍ଯ୍ୟକାରୀ ସଂପାଦକ ବାବୁଲାଲ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଡ. ହୃଷୀକେଶ ମଲ୍ଲିକ, ମୁଖ୍ୟବକ୍ତା ଡ. ସାୟନ୍ତନୀ ଦେହୁରା ଓ ବରେଣ୍ୟ ଅତିଥିଭାବେ ଡ. ମନୋଜ କୁମାର ରାଉତ ଯୋଗଦେଇ ମୁଲ୍ୟବୋଧ ସାରସ୍ୱତ ସାଧନା ଉପରେ ଆଲୋକପାତ କରିଥିଲେ । ଗାୟତ୍ରୀମନ୍ତ୍ର ପାଠ କରିଥିଲେ କେଦାର ମହାପାତ୍ର । ସଂପାଦକ ଉମାକାନ୍ତ ନାୟକଙ୍କ "ପତ୍ରଝଡା ଫଗୁଣ’, କବି ନାରାୟଣ ଚନ୍ଦ୍ର ପ୍ରଧାନଙ୍କ "ପ୍ରଚୀପ୍ରଭା’ ଓ ମଞ୍ଚର ମୁଖପତ୍ର "ଶାନ୍ତିଧାରା’ ଉନ୍ମୋଚନ ହୋଇଥିଲା । "ପତ୍ରଝଡା ଫଗୁଣ’ ଓ "ପ୍ରାଚୀପ୍ରଭା’ କବିତା ପୁସ୍ତକର ସମୀକ୍ଷା କରିଥିଲେ ଇଂ ଅଭୟ ସୂତାର, ଶିକ୍ଷାବିତ୍ ଗଗନବିହାରୀ ରାଉତ । ପ୍ରାକ୍ତନ ସଭାପତି ସ୍ୱର୍ଗତ ନିରାକାର ଜେନା ଓ ସ୍ୱର୍ଗତ ଗାଳ୍ପିକା ରେଣୁବାଳା ନାୟକଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଥମ ଅଧିବେସନରେ କବିତାପାଠୋତ୍ସବର ପ୍ରାଧ୍ୟାପକ ଶିବଚରଣ ଖାମୁରାଇ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ସାହିତି୍ୟକ ଲମ୍ବୋଦର ନନ୍ଦ, ଶରତ ଚନ୍ଦ୍ର ମହାନ୍ତି ଓ ସଂଯୋଜକ ଭୁବନମୋହନ ମହାନ୍ତି, ସଂଯୋଜିକା ମମତାରାଣୀ ଦାସ ଯୋଗଦେଇ କବିତା ପାଠ କରାଇଥିଲେ । ସହଯୋଗ କରିଥିଲେ ମନୋରମା ରାୟ, ରୂପଶ୍ରୀ ରାଉତ, ଅନନ୍ତ ନାୟକ, ପ୍ରଫୁଲ୍ଲ ସୂତ୍ରଧର, ଶରତଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ଆରଣ, ଲାୟନ୍ସକ୍ଲବର ଅଶୋକ କୁମାର ମହାନ୍ତି, ସୁଦର୍ଶନ ପଣ୍ଡା ଓ ସଂଗ୍ରାମ ଦାସ । ଧନ୍ୟବାଦ ଦେଇଥିଲେ କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ।