ଚଳନ୍ତା ଗାଡିରେ ଲାଗିଲା ନିଆଁ 

 ଛତ୍ରପୁର :  ଚଳନ୍ତା ଗାଡ଼ିରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଏଭଳି ଅଘଟଣ ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବନ୍ଦର ସମୁଖ ଆର୍ଯ୍ୟପଲ୍ଲୀ ରାସ୍ତାରେ ଘଟିଛି । ସବୁଦିନ ଭଳି ଆଜି ମଧ୍ୟ ଶହ ଶହ ଗାଡି ରେ ଗୋପାଳପୁର ବନ୍ଦରକୁ ବିଭିନ୍ନ ମାଲ ବୋଝେଇ ଟ୍ରକ ଯାତାୟାତ କରୁଛି । ଶୁକ୍ରବାର ମଧ୍ୟାହ୍ନରେ ଜୈନକ ଘରୋଇ କମ୍ପାନୀର ଏକ ମାଲ ବୋଝେଇ ଟ୍ରକ ସେହି ରାସ୍ତା ଦେଇ ଯାଉଥିବା କୋଣସି କାରଣବଶତ ହଠାତ ଟ୍ରକ ଆଗ ପଟେ ହୁତ ହୁତ ହୋଇ ନିଆଁ ଜଳିଥିଲା । ସେଠାରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ । କିଛି ସମୟ ପରେ ନିଆଁ ଲିଭି ଯାଇଥିଲା । ଖବର ପାଇ ଖବରଦାତା ମାନେ ଘଟଣା ସ୍ଥଳରେ ପହଂଚି ପୂର୍ବରୁ ନିଆଁ ଲାଗିଥିବା ଟ୍ରକକୁ ସେଠାରୁ ଗାଏବ କରାଯାଇଥିଲା । ଟ୍ରକରେ ନିଆଁ ଲାଗିବା ଦୃଶ୍ୟ ବିଭିନ୍ନ ୱାଟ୍ସଅପ ଗ୍ରୁପରେ ଘୁରି ବୁଲୁଛୁ । ସ୍ଥାନୀୟ ବାସିନ୍ଦା କହିବା ଅନୁସାରେ ଉକ୍ତ ଟ୍ରକଟି ନିଆଁ ଲିଭି ପରେ ଏଠାରେ ପଳାଇଛି ।