ଚଳିତ ବର୍ଷର ଦିପାବଳୀ େ ଐତିହାସିକ ,୫୦୦ ବର୍ଷ ପରେ ରାମଲଲାଙ୍କ ମନ୍ଦିରରେ ମଧ୍ୟ ଜଳାଯିବ ହଜାର ହଜାର ଦୀପ: ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଦୀପାବଳୀକୁ ଐତିହାସିକ ବୋଲି ବର୍ଣ୍ଣନା କରି କହିଛନ୍ତି ୫୦୦ ବର୍ଷ ପରେ ଏପରି ଏକ ସୁଯୋଗ ଆସିଛି,ଯେତେବେଳେ ଅଯୋଧ୍ୟାରେ ରାମଲଲାଙ୍କ ଜନ୍ମସ୍ଥାନରେ ନିର୍ମିତ ମନ୍ଦିରରେ ମଧ୍ୟ ହଜାର ହଜାର ଦୀପ ଜଳାଯିବ । ପ୍ରଧାନମନ୍ତ୍ରୀ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ ହେବା ନେଇ ଉଦ୍ୱେଗ ପ୍ରକାଶ କରିଛନ୍ତି ।ଧନନ୍ତ୍ୱରୀ ଜୟନ୍ତୀ ଏବଂ ୯ତମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ(ଏଆଇଆଇଏ)ରେ ଅନୁଷ୍ଠିତ ସମାରେହରେ ର୍ରାୟ ୧୨,୮୫୦ କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶବାସୀଙ୍କୁ ଧନତେରସ,ଭଗବାନ ଧନ୍ୱନ୍ତରୀଜୟନ୍ତୀ ଏବଂ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି । ଚଳିତବର୍ଷର ଦୀପାବଳୀକୁ େ ଐତିହାସିକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ,୫୦୦ ବର୍ଷ ପରେ ଏପରି ଏକ ସୁଯୋଗ ଆସିଛି,ଯେତେବେଳେ ଅଯୋଧ୍ୟାରେ ରାମଲଲାଙ୍କ ଜନ୍ମସ୍ଥାନରେ ନିର୍ମିତ ତାଙ୍କ ମନ୍ଦିରରେ ମଧ୍ୟହଜାର ହଜାର ଦୀପ ଜଳାଯିବ ।ଏକ ଅଦ୍ଭୁତ ଉତ୍ସବ ହେବ ।ଏପରି ଦିପାବଳୀ ହେବ ,ଯେତେବେଳେ ଆମର ରାମ ପୁଣି ଥରେ ତାଙ୍କ ଘରକୁ ଆସିଛନ୍ତି,ଏବଂ ଏଥର ଏହି ଅପେକ୍ଷା ୧୪ ବର୍ଷ ପରେ ନୁହେଁ,୫୦୦ ବର୍ଷ ପରେ ଏହା ସମ୍ପୁର୍ଣ୍ଣ ହୋଇଛି ।