ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବିପତ୍ର
ନିଆଳି : ଗତ ଲଘୁଚାପ ଜନିତ ବର୍ଷା ରେ ନିଆଳି ବ୍ଲକ ରେ ଚାଷୀ ମାନଙ୍କ ପାଚିଲା ଧାନ ସହିତ ପନି ପରିବା କ୍ଷତି ଗ୍ରସ୍ତ ହୋଇଛି । ଚାଷ ନିମନ୍ତେ ଚାଷୀ ବ୍ୟାଙ୍କରୁ ଋଣ ନେଇଥିବାରୁ ସରକାର ଚାଷୀମାନଙ୍କର କ୍ଷୟକ୍ଷତି ଚିହ୍ନଟ କରି ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ନିଆଳି ବିଜୁ ଜନତା ଦଳ ପକ୍ଷରୁ ନିଆଳି ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବିପତ୍ରର ନକଲ ବ୍ଲକ କୃଷି ଅଧିକାରୀ ଓ ଉଦ୍ୟାନ ଅଧିକାରୀଙ୍କୁ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନ୍ୟାୟ ବ୍ରତ ରାଉତ, ଅନ୍ତର୍ଯ୍ୟାମୀ ବଡୁ, ବିଷ୍ଣୁ ସ୍ୱାଇଁ, ତ୍ରିନାଥ ମହାନ୍ତି, ପ୍ରଦୀପ ଦାଶ, ରାଧେ ଜେନା, ପରି ବାରିକଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ ।