ଉପମୁଖ୍ୟମନ୍ତ୍ରୀଙ୍କୁ ମେଡିକାଲ୍ କି୍ରୟାନୁଷ୍ଠାନ କମିଟିର ସ୍ୱାଗତ ସମ୍ବର୍ଦ୍ଧନା 

 ବାଲେଶ୍ୱର:  ବାଲେଶ୍ୱର ଗସ୍ତ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଜିଲ୍ଲା ମେଡିକାଲ୍ କି୍ରୟାନୁଷ୍ଠାନ କମିଟିର ନେତୃତ୍ୱମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଚଳିତ ବର୍ଷର ସ୍ମରଣିକା ଦେଇ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ଉପମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିଥିବାରୁ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ  ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହି ଏକ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଉପମୁଖ୍ୟମନ୍ତ୍ରୀ ଖୁବ୍ଶୀଘ୍ର ଏ ସଂପର୍କରେ ଏକ ବୈଠକ ଡାକିବେ ବୋଲି କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କଟକ କିମ୍ବା ଭୁବନେଶ୍ୱରରୁ ହୃଦରୋଗ ଓ ମୁତ୍ରାଶୟଜନିତ ରୋଗ ଏବଂ କର୍କଟ ରୋଗ ସମ୍ବନ୍ଧୀୟ ନିଦାନ ପାଇଁ ସପ୍ତାହରେ ୨ଦିନ ବିଶେଷଜ୍ଞ ଡାକ୍ତରଙ୍କୁ ଜିଲ୍ଲାକୁ ପଠାଇବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଥିଲା । ସାକ୍ଷାତ ଆଲୋଚନା ସମୟରେ ଜିଲ୍ଲାର ବିଜେପି ସଭାପତି,  ସଦର ବିଧାୟକ, ନୀଳଗିରି ବିଧାୟକ ଓ ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକଙ୍କ ସହ ସହରର ବହୁ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତି ତଥା  ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ରାଉତ, ନିରଞ୍ଜନ ପରିଡ଼ା, ଯଶୋଦାନନ୍ଦନ ଆଶ୍, ରବି ପାଣିଗ୍ରାହୀ, ଗୌରାଙ୍ଗ ପାଣିଗ୍ରାହୀ, ବେଣୁଧର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।