ଚିନ୍ତନ ରଘୁବଂଶୀଙ୍କୁ ଜାମିନ୍

 ଭୁବନେଶ୍ୱର : ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ଉପ ନିଦେ୍ର୍ଦଶକ ଥିବା ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ଗିରଫ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଆଜି ତାଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି  । ଚିନ୍ତନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଅଶୋକ କୁମାର ପରିଜା, ସୌରଚନ୍ଦ୍ର ମହାପାତ୍ର ଓ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଥିଲେ  । ସୂଚନାଯୋଗ୍ୟଯେ, ଗତ ମେ’ ୩୧ରେ ଚିନ୍ତନ ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା  । ସେ ଖଣି ବ୍ୟବସାୟୀଙ୍କ ଠାରୁ ୨ କୋଟି ଟଙ୍କା ଲାଞ୍ଚ ଦାବି କରୁଥିବା ଅଭିଯୋଗ ହୋଇଥିଲା  । ସେବେଠାରୁ ଚିନ୍ତନ ଜେଲ୍ରେ ଥିବାବେଳେ ଆଜି ତାଙ୍କୁ ଜାମିନ୍ ମିଳିଛି  ।