ବିଦ୍ୟାଳୟକୁ ରୋଟାରୀ କ୍ଲବର ପାଠ୍ୟ ଉପକରଣ ପ୍ରଦାନ

 ଜୟପୁର:  ଦୟନୀୟ ସ୍ଥିତିରେ ରୋହିଥିବା ଢେପଗୁଡା ପ୍ରାଥମିକ ସ୍କୁଲକୁ ଜୟପୁର ରୋଟାରୀ କ୍ଲବ ପକ୍ଷରୁ ୫୦ ହଜାର ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଗୋଟିଏ ବଡ ଷ୍ଟିଲ ଗେଟ ସହ ଫ୍ୟାନ ଏବଂ ଅନ୍ୟାନ୍ୟ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ଦଳର ଆଗ ଧାଡ଼ିର ନେତା ତଥା ବ୍ୟବସାୟୀ ହିମାଂଶୁ ମହାପାତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ଜୟପୁରର ସଭାପତି ଅମର ବୁଧୁବାର, ସମ୍ପାଦକ ନାରାୟଣ ନିଶଙ୍କ ସହ ନିଶାନ ପଟ୍ଟନାୟକ, ଜମୀ ରମେଶ, ରାମ ଅବତାର ଗୁପ୍ତା ଏବଂ ଅନ୍ୟାନ୍ୟ ରୋଟାରୀ କ୍ଲବ ସଭ୍ୟମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏପରି ବହୁ ଜନହିତକର କାର୍ଯ୍ୟମାନ କରିବାକୁ ଯୋଜନା କରିଥିବା ରୋଟାରୀ କ୍ଲବ ସଭାପତି  ପ୍ରକାଶ କରିଛନ୍ତି ।