ଚୁଡାପାଲିକୁ ବ୍ଲକ୍ ମାନ୍ୟତା ଦାବି 

ବଲାଙ୍ଗିର: ବଲାଙ୍ଗିର ବ୍ଲକ ଚୁଡାପାଲି ପଂଚାୟତକୁ ବ୍ଲକ ମାନ୍ୟତା ଦାବିରେ ଚୁଡାପାଲି ବ୍ଲକ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପାଟଣାଗଡ ସ୍ଥିତ ବାସଭବନରେ ସାକ୍ଷାତ କରି ବ୍ଲକ ପୁର୍ନଗଠନରେ ଚୁଡାପାଲି ଗ୍ରାମ ପଞ୍ଚାୟତକୁ ସାମିଲ କରିବା ଓ ବ୍ଲକ ଗଠନର ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ଦିଆଯାଇଥିଲା । ରାଜ୍ୟସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ ବଲାଙ୍ଗିର ସାର୍କିଟ ହାଉସ ଠାରେ ସାକ୍ଷାତ କରି ଚୁଡାପାଲିକୁ ବ୍ଲକ ଗଠନ ର ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ରେଜିଷ୍ଟ୍ରୀ ମାଧ୍ୟମରେ ପଂଚାୟତରାଜ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସେକ୍ରେଟେରୀ ପଞ୍ଚାୟତି ରାଜ ଓ ଜିଲ୍ଲପାଳ ବଲାଙ୍ଗିରକୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା । ବ୍ଲକ ଗଠନର କ୍ରୀୟାନୁଷ୍ଠାନର ପ୍ରତିନିଧି ଦଳ ଗୋ÷÷ନ୍ତିଆ ଲୋକନାଥ କୁମୁରା, ଲଛମନ ମହାକୁର, ନରେଶ ଅଗ୍ରୱାଲ, ଅକ୍ଷୟ ଘିଭେଲା, ସୁଶିଲ ବେହେରା, ଅନିଲ ଅଗ୍ରୱାଲ, ଲବ ବାରିକ, ଚେତରାମ ବେହେରା, ରାମେଶ୍ୱର କାନ୍ତି ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।