ସଡ଼କ ସୁରକ୍ଷା ଓ ନିୟମ ସମ୍ପର୍କରେ ଶିବିର
ଜୟପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଭାଗୃହ ଠାରେ ମୋଟର ଯାନ ଅଧୀନିୟମ ଓ ସଡ଼କ ସୁରକ୍ଷା ବିଷୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ସୁମନ ଜେନା ଯୋଗ ଦେଇଥିଲେ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅନିମେଶ ଜେନା ମଧ୍ୟ୍ୟ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିଫ୍ ଡେପୁଟି ଲିଗାଲ ଏଇଡ୍ ଡିଫେନ୍ସ କାଉନସେଲ କେ. ଦିବାକର ରାଓ, ହରିଶ୍ଚନ୍ଦ୍ର ମୁଦୁଲି ଏବଂ ଆସିଷ୍ଟାଣ୍ଟ ଲିଗାଲ ଏଇଡ୍ ଡିଫେନ୍ସ କାଉନସେଲ ଗୀତାଞ୍ଜଳି ଧଳ ଏବଂ ପେନାଲ ଆଇନଜୀବି ଜେ. ସତ୍ୟନାରାୟଣ ଆଚÿାରୀ, ନବିନ ସାହୁ, ବିନୟ ବିଶ୍ୱାସ, ଦିବାକର ଗୈାଡ ଏବଂ ଅନ୍ୟ ଆଇନଜୀବୀ ଉପସ୍ଥିତ ରୋହିଥିଲେ । ଏହି ସଚେତନତା ଶିବିର ମଞ୍ଚାସିନ ଅତୀଥୀବ?ନ୍ଦ ମୋଟର ଯାନ ସଂଶୋଧନ ଅଧୀନିୟମ ୨୦୧୯ ଦଣ୍ଡବିଧାନ, ଲାଇସେନ୍ସ, ପଞ୍ଜିକରଣ, ଏବଂ ଜାତୀୟ ପରିବହନ ନୀତି ନିୟମ ବିଷୟରେ ଶିବିରରେ ଉପସ୍ଥିତ ପାରା ଲିଗାଲ ସ୍ବେଛାସେବୀ, ମହିଳା ସୂୟଂ ସହାୟକ ଗୋଷ୍ଠି, ଅଙ୍ଗନବାଡି କର୍ମଚାରୀ ମାନଙ୍କୁ ଅବଗତ କରିଥିଲେ ଏବଂ ଗାଡିÿ ଚାଳକମାନେ କିପରି ଉକ୍ତ ନିୟମଗୁଡ଼ିକ ଯଥା ହେଲମେଟ୍ ବ୍ୟବହାର, ଗାଡ଼ି ଲାଇସେନ୍ସ, ଫ୍ରଦୂଷଣ ସାର୍ଟିଫିକେଟ, ବୀମା ସାର୍ଟିଫିକେଟ, ଦ୍ରୁତଗତି ଗାଡିÿ ଚଳେଇବା ଗାଡ଼ି ଶିଟ୍ ବେଲ୍ଟ ବ୍ୟବହାର କରିବା, ଟ୍ରାଫିକ ନିୟମାବଳୀ ମାନିବା ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ ।