ଚେକ୍ ବାଉନ୍ସ ମାମଲାରେ ଦଣ୍ଡାଦେଶ
ବ୍ୟାସନଗର : ଚେକ୍ ବାଉନ୍ସ ମାମଲାରେ ଜଣେ ଅଭିଯୁକ୍ତକୁ ମାନ୍ୟବର ଜେଏମଏଫସି ଯାଜପୁର ରୋଡ ୩ମାସ ଜେଲଦଣ୍ଡାଦେଶ ସହ ଦେଢଲକ୍ଷ ଟଙ୍କା ଦେବାକୁ ରାୟ ଶୁଣାଇଛନ୍ତି । ଖବର ମୁତାବକ, କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ସଂଜୀବ କୁମାର ପାତ୍ର ଯାହାଙ୍କ ପାଣିକୋଇଲିରେ ଇଣ୍ଟରନ୍ୟାସନାଲ ନାମକ କଲେକସନ ନାମକ ସଂସ୍ଥା ରହିଛି । ନିଜ ଘରର ରଙ୍ଗ ଦେବା ପାଇଁ ଜୁନ ୨୦୨୩ରେ ବ୍ୟାସନଗର ପୈାରାଞ୍ଚଳ ମେନ ରୋଡ଼ରେ ଥିବା ଏସିଆନ ପେଣ୍ଟର ଅଧିକୃତ ବିକ୍ରେତା ସତ୍ୟପେଣ୍ଟସ ଓ ବାଥ ସେନ୍ସରୁ ୧ଲକ୍ଷ ୫୦ହଜାର ୧୫୦ ଟଙ୍କାର ରଙ୍ଗ ଓ ସାନିଟାରୀ ଉପକରଣ ନେଇଥିଲେ । ହେଲେ ଉପକରଣ ବାବଦ ଅର୍ଥ ଦେଇନଥିଲେ । ବାରମ୍ବାର ମାଗିବା ପରେ ଏବଂ ମାଲିକ ସତ୍ୟବ୍ରତ ବରାଳ ବ୍ୟକ୍ତିଗତ ଭାବେ ତାଙ୍କ ପାଖରେ ପହଁଚିବା ପରେ ଆରବିଏଲ ବ୍ୟାଙ୍ଗର ଏକ ଚେକ୍ ଦେଇଥିଲେ । ମାଲିକ ଉକ୍ତ ଚେକକୁ ୪ା୧୦ା୨୩ରେ ବ୍ୟାଙ୍କ ଅଫ୍ ବରୋଦାରେ ଲଗାଇବା ପରେ ସଂଜୀବଙ୍କ ଆକାଉଣ୍ଟ ଷ୍ଟପ ପେମେଣ୍ଟ ସୂଚନା ଆସିଥିଲା । ଏବିଷୟର ସଂଜୀବଙ୍କୁ ଅବଗତ କରିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ । ଏଣୁ ବାଧ୍ୟ ହୋଇ ମାଲିକ ସୁବ୍ରତ ଆଇନର ଆଶ୍ରୟ ନେଇଥିଲେ । ସତ୍ୟପେଣ୍ଟ ପକ୍ଷରୁ ଆଇନଜୀବୀ ଜଗନ୍ନାଥ ପ୍ରସାଦ ପତି ମାମଲା ପରିଚାଳନା କରିଥିଲେ ।