ଚୋରକୁ ଛେଚିଲେ, ପୁଲିସ ଜିମା ଦେଲେ ଲୋକେ
ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ମହୁରୀ ଗ୍ରାମ ସ୍ଥିତ ଡାହିବାଡ଼ି ସାପ୍ତାହିକ ହାଟରେ ଗାଡ଼ି ଚୋରି କରୁଥିବା ବେଳେ ମାଡି ବସିଲେ ଲୋକେ । ପରେ ତାଙ୍କୁ ନିର୍ଦ୍ଧୁମ ଛେଚି ବୈଶିଙ୍ଗା ପୁଲିସକୁ ଜିମା ଦେଇଥିଲେ । ସୂଚନା ମୁତାବକ ବୁଧବାର ଡାହିବାଡ଼ି ସାପ୍ତାହିକ ହାଟ ଚାଲୁଥିବା ବେଳେ ସନ୍ଧ୍ୟା ସମୟରେ ମାଛ ହାଟ ପଛପଟେ କିଛି ଲୋକ ବାଇକ ଛିଡ଼ା କରି ହାଟକୁ ଯାଇଥିଲେ । ଭଦ୍ରକ ଅଞ୍ଚଳର ଅଜୟ କୁମାର ସାହୁଙ୍କ ୪୧ ବର୍ଷିଅ ପୁଅ ଅମିତ କୁମାର ସାହୁ ଅନ୍ଧାର ସୁଯୋଗ ନେଇ ଗାଡ଼ି ଚୋରି କରୁଥିବା ବେଳେ କିଛି ବ୍ୟବସାୟୀ ଦେଖିବାକୁ ପାଇଥିଲେ । ତାକୁ କାବୁ କରି ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ବୈଶିଙ୍ଗା ପୁଲିସ ଉକ୍ତ ଯୁବକକୁ ଉଦ୍ଧାର କରି ବୈଶିଙ୍ଗା ଥାନାକୁ ନେଇ ଆସିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି ।