ଚୋରା କୋଇଲା ଗାଡ଼ିି ଜବତ
ରାଜକନିକା : କଟକ ଚାନ୍ଦବାଲି ରାସ୍ତାର ରାଜକନିକା ନହୁଲିଆ ଛକରେ ଦୁଇ ଚୋରା କୋଇଲା ବୋଝେଇ ପିକପ ଭ୍ୟାନକୁ ପୋଲିସ ଜବତ କରିଛି । ତେବେ ଡ୍ରାଇଭର ଗାଡି ଛାଡି ଚମ୍ପଟ ମାରିଥିବା ବେଳେ, କୋଇଲା ଗାଡିକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ଏହି ଚୋରା କୋଇଲା କାରବାର ଭଦ୍ରକ ଚାନ୍ଦବାଲି ଅଂଚଳରେ ହେଉଥିବା ବେଳେ, ସବୁ ଜାଣି ନ ଜାଣିବା ଭଳି ଅଭିନୟ କରୁଛି ଚାନ୍ଦବାଲି ପୁଲିସ । ତେବେ ଗତ ଦୁଇଦିନ ତଳେ ରାଜକନିକା ଥାନା ଅଧିକାରୀ ଦୁଇଟି କୋଇଲା ଗାଡିକୁ ଜବତ କରି ଡ୍ରାଇଭରକୁ କୋର୍ଟ ଚାଲାଣ କରଥିଲା । ହେଲେ ଏଠି କଥା ଉଠୁଛି କାହା ଛତ୍ରଛାୟାରେ ରହି କୋଇଲା ମାଫିଆ ମାନେ ଏତେ ସକ୍ରିୟ ହେଉଛନ୍ତି । ଏହାକୁ ତଦନ୍ତ ଜୋର୍ ହେବା ଦରକାର ।