ବନ ସମିତି ଗୃହରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ପାପଡାହାଣ୍ଡି: ପାଠପଢିବାକୁ ଶ୍ରେଣୀ ଗୃହ ଅଭାବରୁ ହୋଉକି ଶୋଚନୀୟ ଅବସ୍ଥାରେ ଥିବା ଶ୍ରେଣୀଗୃହକୁ ଭାଙ୍ଗି ନୂତନ ଗୃହ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବିଦ୍ୟାଳୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ନିର୍ମାଣ ସକାଶେ । କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ଅବହେଳା କାର୍ଯ୍ୟ ହେତୁ ଶ୍ରେଣୀ ଗୃହ ନିର୍ମାଣରେ ବିଳମ୍ବ ହୋଇଛି । ଯାହାକି ଛାତ୍ରଛାତ୍ରୀ ମାନେ ଅନ୍ୟ ସ୍ଥାନରେ ନଚେତ ଗଛ ମୂଳେ ପଢୁଥିବା ଦେଖିବାକୁ ମିଳୁଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ରହିଥିବା ଆଲୋଚନା ହୋଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ପ୍ରାଥମିକ ବିଦ୍ୟାଳୟରେ ରହିଛି ଏପରି ଦୃଶ୍ୟ ।ଏହି ବିଦ୍ୟାଳୟରେ ପରଥମରୁ ପଞ୍ଚମ ଶ୍ରେମି ଯାଏଁ ରହିଥିବାବେଳେ ୬୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତାଙ୍କୁ ଭବିଷ୍ୟତ ଗଠନ କରିବାକୁ ଦୁଇ ଜଣ ଶିକ୍ଷକ ଅଛନ୍ତି । ଶ୍ରେଣୀଗୃହର ଅବସ୍ଥା ଅତି ଶୋଚନୀୟ ଥିବା ହେତୁ ଘର ଭାଙ୍ଗି ନୂତନ ଗୃହ ନିର୍ମାଣ ସକାଶେ ସରକାର ଆଦେଶ କରିଛନ୍ତି । କିନ୍ତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି । ଫଳରେ ଛାତ୍ରଛାତ୍ରୀମାନେ ଗ୍ରାମରେ ଥିବା ଏକ ବନ ସୁରକ୍ଷା ସମିତି ଗୃହରେ ପାଠପଢ଼ା ଚାଲିଛି । ଏହି ଗୃହ ଗୋଟିଏ ବଖରା ରହିଛି ,ଫଳରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ଥାନ ହୋଇପାରୁନି । ଏଠାକାର କୁନି କୁନି ଛାତ୍ରଛାତ୍ରୀ ମାନେ ଉତ୍ତମ ପରିବେଶ ଥିବା ବିଦ୍ୟାଳୟ ରେ ପାଠ ପଢିବି ବୋଲି ଚିନ୍ତା କରୁଥିବା ବେଳେ କିନ୍ତୁ ଏମାନଙ୍କର ଭବିଷ୍ୟତ ଅନ୍ୟ ଏକ କାର୍ଯ୍ୟାଳୟରେ ଚାଲିଛି ତାଙ୍କ ଭବିଷ୍ୟତ । ବିଭାଗୀୟ ଅଧିକାରୀ ମାନେ ଦେଖି ମଧ୍ୟ ଚୁପ ରହିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି । ବର୍ଷେ ହେବ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଶେଷ ନ ହେବା ଏକ ଦୁଃଖଦ ବିଷୟ ରହିଛି । ଯାହାକି ପାଠପଢିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ କିଛି ସୁଫଳ ନ ମିଳିବା ପରିତାପର ବିଷୟ । ଏହି ବିଦ୍ୟାଳୟ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ଅଧାପନ୍ତରିଆ ଭାବେ ଥିବା ଶ୍ରେଣୀଗୃହକୁ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।