ଚୋରି ଅଭିଯୋଗରେ ୨ କୋର୍ଟଚାଲାଣ

ଦଶରଥପୁର: ମଙ୍ଗଳପୁର ପୁଲିସ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଖରଖରି ଗ୍ରାମର ସୁକାନ୍ତ ଜେନା ଓ ଚାଉଳିଆ ଗ୍ରାମର ଅକ୍ଷୟ ଜେନା ବୋଲି ଥାନା ପକ୍ଷରୁ କୁହାଯାଇଛି । ଅଭିଯୋଗ ମତେ ଉପରୋକ୍ତ ଦୁଇ ଅଭିଯୁକ୍ତ ଗତକାଲି ରାତିରେ ଚାଉଳିଆ ଗ୍ରାମର ଯଯାତି ଜେନାଙ୍କ ଘରୁ ମଧ୍ୟରାତ୍ରରେ ଚୋରି ଉଦ୍ୟମ କରିଥିଲେ । ଶ୍ରୀ ଜେନାଙ୍କ ପରିବାର ରାତିରେ ଖାଇପିଇ ଶୋଇଥିବାବେଳେ ଘରର ଜଣେ ମହିଳା ମଧ୍ୟରାତ୍ରରେ କବାଟ ଖୋଲି ବାହାରକୁ ଲାଟ୍ରିନ୍ ଯାଇଥିବାବେଳେ ହଠାତ୍ ଅଭିଯୁକ୍ତଘରେ ପଶିଥିଲେ । ଏହି ସମୟରେ ମହିଳା ଜଣକ ଚିକ୍ରାର କରିବାରୁ ଯଯାତି ଉଠିପଡ଼ି ଜଣକୁ କାବୁ କରିଥିବା ବେଳେ ଅନ୍ୟଜଣେ ଖସି ଦୌଡ଼ି ପଳାଇଥିଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମଙ୍ଗଳପୁର ଥାନାକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ଅଟକ ଅଭିଯୁକ୍ତକୁ ଥାନାକୁ ଆଣିଥିବା ବେଳେ ଆଜି ଅନ୍ୟଜଣକୁ ଗିରଫ କରିଥିଲା ।