ପଞ୍ଚାୟତ ସମିତି ୟୁପି ସ୍କୁଲରେ ସ୍ୱାଗତ ଉତ୍ସବ

 ବଡ଼ସାହି : ବଡସାହି ପଞ୍ଚାୟତ ସମିତି ୟୁପି ମାଧ୍ୟମିକ ବିଦ୍ୟାଳୟର +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦା ମୂଳକ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଆଜି ଏକ ସ୍ୱାଗତ ଉସôବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ. ଜୀବନ ପଣ୍ଡିତ, ଫକୀର ଚରଣ ସାହୁ, ରମେଶ ବେହେରା, ବିନୋଦ ପରିଡ଼ା, ଶୈଳେଶ ବେହେରା, ପ୍ରଦୁ୍ୟମ୍ନ ସାଥୁଆ ପ୍ରମୁଖ ଯୋଗଦେଇଥିଲେ । ବିଭାଗୀୟ ନିଦେ୍ର୍ଦଶାବଳୀ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଡ୍ରେସ୍ କୋର୍ଡ, ସରକାରଙ୍କ ପ୍ରଦତ୍ତ ବିଭିନ୍ନ ବୃତ୍ତି ଲାଭ କରିବା ପାଇଁ ଅଧ୍ୟକ୍ଷ ସୂଚନା ଦେଇଥିଲେ । ଏଥିସହିତ ସମସ୍ତଙ୍କୁ ପରିଚୟ ପତ୍ର ଓ କ୍ଲାସ ଟାଇମ ଟେବଲ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ସତ୍ୟବାନ ଗୋଚ୍ଛାୟତ ଓ ଗୁଲୁ ସୋରେନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।