ଛାତ୍ରୀଙ୍କୁ ଅଧ୍ୟାପକଙ୍କ କୁକର୍ମ ଉଦ୍ୟମ ଘଟଣା ପୁଲିସ ହାତଖାଲି; ଗିରଫ ଦାବିରେ ଅନଶନ ଦ୍ୱିତୀୟ ଦିନରେ, ମାନବାଧିକ କମିଶନରେ ଅଭିଯୋଗ
ବରୀ: ଅଭିମନୁ୍ୟ ସାମନ୍ତ ସିଂହାର ଡିଗ୍ରୀ କଲେଜ ବରୀର ଛାତ୍ରୀ ଶ୍ରାବଣୀ ଜେନାଙ୍କୁ ଅଧ୍ୟାପକ ବିଦ୍ୟାଧର ଧଳ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ଦୁଇ ସିପ୍ତାହ ବିତିଲାଣି । ଗୁରୁ-ଶିଷ୍ୟର ପବିତ୍ର ସଂପର୍କକୁ କଳୁଷିତ ଉଦ୍ୟମ କରିଥିବା ଅଧ୍ୟାପକଙ୍କ ବିରୁଦ୍ଧରେ ପୀଡ଼ିତା ଅଭିଯୋଗ କରିବା ପରେ ବରୀ ରାମଚନ୍ଦ୍ରପୁର ପୁଲିସ ୧୬/୨୫ରେ ମାମଲା ରୁଜୁ କରିଛି । ହେଲେ ମାମଲା ରୁଜୁ କରିଥିବା ପୁଲିିସ ଏଯାବଦ ଖାଲି ରହିଛି । ଗୋଟେ ପଟେ ପୁଲିସ ମାମଲାକୁ ହାଲକା ଭାବେ ନେବା ଅନ୍ୟପଟେ ଘଟଣାକୁ କୈାଣସି ମତେ ଚପାଇ ଦେବାକୁ ଅଧ୍ୟକ୍ଷ ଚେଷ୍ଠା କରିବାରୁ ପୀଡିତା ଛାତ୍ରୀ ଜଣଙ୍କୁ ନ୍ୟାୟ ମିଳିପାରିନି । ନ୍ୟାୟ ଦାବିରେ ପୀଡ଼ିତାଙ୍କ ସହ ତାଙ୍କ ମାଆ ଏବଂ ବିଭିନ୍ନ ସଂଗଠନ କଲେଜ ସମ୍ମୁଖରେ ଅନସନରେ ବସିଛନ୍ତି । ବୁଧବାରରୁ ଆରମ୍ଭ ହୋଇଥିବା ଅନଶନ ଆଜି ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ ଅନଶନ ସ୍ତଳରେ ପ୍ରଶାସନୀକ ଅଧିକାରୀ ଏବଂ ରାଜନେତା ପହଁଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ ହେଁ ବିଫଳ ହୋଇଛନ୍ତି । ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଉଦ୍ୟମ ଓ ସେହି କଲେଜ ଅଧ୍ୟକ୍ଷଙ୍କ ଚପାଇ ଦେବା ଉଦ୍ୟମ ପ୍ରତିବାଦରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ,ଯୁବ ନେତୃତ୍ୱ ମନ ୱାର ଅଲି ଓ ଅଶ୍ୱିନୀ ଜେନାଙ୍କ ସହ ଆଜି ପୀଡ଼ିତା, ତାଙ୍କ ମାଆ ଓ ଛାତ୍ର ଅନଶନରେ ସାମିଲ ହୋଇଥିଲେ । ଅନଶନ ସ୍ତଳରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପହଁଚି ତୁରନ୍ତ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଚାକୀରିରୁ ବହିସ୍କାର ସହ ଗିରଫ ଦାବି କରିଥିଲେ । ଏଥି ସହ ଯାଜପୁର ସାଂସଦ ପହଁଚି ସରକାର ହସ୍ତକ୍ଷେପ କରିବାକୁ ଶିକ୍ଷାମନ୍ତ୍ରୀଙ୍କୁ ଜଣାଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ଏସଡିପିଓ କୈଳାଶ ସେଠିଙ୍କ ସହ ବହୁ ପୁଲିସ ଉପସ୍ଥିତ ରହିଛନ୍ତି । ସନ୍ଧ୍ୟାରେ ଉପ ଜିଲାପାଳ ତଥା ପରିଚାଳନା କମିଟି ସଭାପତିଙ୍କ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ନିଲମ୍ବନ ଆଦେଶ ପହଁଚିଥିଲା । ତୁରନ୍ତ ଗିରଫ କରିବାକୁ ପୀଡ଼ିତା ମା ଓ ନିଜେ ପୀଡ଼ିତା ଦାବି କରିବା ସହ ବହିସ୍କାର ଦାବି ଦୋହରାଇଛନ୍ତି । ଆଜି ବହୁ ସଂଖ୍ୟକ ସମାଜସେବୀ ମାନେ ପହଁଚି ସମର୍ଥନ ଜଣାଇଥିଲେ । ସଂଗଠନର ସହ ସଂଯୋଜକ ନିମାଇଁ ରାୟଙ୍କ ସୂତ୍ରରୁ ପ୍ରକାଶ ଯେ, ରାତିରେ ମଧ୍ୟ ଅନଶନ ଜାରିରହିଛି । ପୀଡ଼ିତାର ମତାମତ ଆଧାରରେ ନିଷ୍ପତି ନିଆଯିବ । ଗତକାଲି ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ସହ ସ୍ଥାନୀୟ ବହୁ ଲୋକ ପହଁଚି ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କରିଥିଲେ । ଅନଶନକାରୀଙ୍କ ଦାବି ଅଧ୍ୟାପକ ଏବଂ କଲେଜ ଅଧ୍ୟକ୍ଷ ଘଂଟ ଘୋଡାଇବାକୁ କରିଥିବା ଯୋଜନା ଓ ପୀଡ଼ିତାଙ୍କୁ ପ୍ରବର୍ତାଇବା କାରଣରୁ ତୁରନ୍ତ ବହିସ୍କାର କରାଯିବା ସହ ଗିରଫ କରାଯାଉ । ବରୀ ତହସିଲଦାର ଘଟଣା ସ୍ଥଳରେ ପହଁଚି ଅନଶନକାରୀ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ, ଏସଡିପିଓ କୈଳାଶ ସେଠିଙ୍କ ସହ ବହୁ ପୁଲିସ ଉପସ୍ଥିତ ରହିଛନ୍ତି । ଅନ୍ୟପକ୍ଷରେ ଛାତ୍୍ରୀ ଅସଦାଚରଣ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି । ବାରବାଟୀ ଅଂଚଳର ନାରାୟଣ ରଥ ଘଟଣା ସଂପର୍କରେ ମାନବାଧିକାର କମିଶନ ଚେୟାପର୍ସନ ଜଷ୍ଠିସ ଭି.ସୁବ୍ରମନିୟମ ଇଜିଲାସରେ ଅପିଲ କରିଥିବାର ଜଣାପଡ଼ିଛି ।
ଧର୍ମକୁ ଆଖିଠାର; ଅଧ୍ୟାପକ-ଅଧ୍ୟକ୍ଷ ନିଲମ୍ବିତ
ଜଣେ ଛାତ୍ରୀଙ୍କୁ ଅସଦଚାରଣ କଲେ, ଆଉ ଜଣେ ମାମଲାକୁ ଚପାଇ ଦେବାକୁ କଲେ ଉଦ୍ୟମ । ଯାହାକୁ ନେଇ ବରୀରେ ଏକ ପ୍ରକାଶ ଅଶାନ୍ତର ବାତାବରଣ ସୃଷ୍ଟି କରିଥିବା ବେଳେ ପ୍ରଶାସନୀକ କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ମାରିବା ପରି ହୋଇଛି । ଫେରାର ଥିବା ଅଧ୍ୟାପକ-ଅଧ୍ୟକ୍ଷଙ୍କୁ ବହିସ୍କାର ବଦଳରେ ନିଲମ୍ବନ କରିଛି ପ୍ରଶାସନ । ଏକଥା ଆମେ କହୁନୁ ଉପ ଜିଲାପାଳ ତଥା ପରିଚାଳନା କମିଟି ସଭାପତିଙ୍କ ଚିଠି ୧୦୫୫/୨୩ା୧ା୨୫ କହୁଛି । ଇକୋନୋମିକ ଅଧ୍ୟାପକ ବିଦ୍ୟାଧର ଧଳ ଛାତ୍ରୀଙ୍କ ଅଭିଯୋଗ ପରେ ଫେରାର ଥିବା ପୁଲିସ ଦର୍ଶାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଚିଠିରେ ପରବର୍ତି ନିଦେ୍ର୍ଦଶ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି । ସେହିପରି ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିବା ଅଧ୍ୟକ୍ଷ ସୁଧିର କୁମାର ରାଉତ୍ଙ୍କ ଦାୟିତ୍ୱ ହିନତାକୁ ଦାୟୀ କରାଯାଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ନିଲମ୍ବନ ଆଦେଶ ଜାରୀ ହୋଇଥିବା ଚିଠି ନଂ୧୦୫୮/୨୩ା୧ା୨୫ କହୁଛି । କିନ୍ତୁ ପ୍ରଶ୍ନ ଉଠୁଛି କଲେଜରେ ଜନୈକା ଛାତ୍ରୀଙ୍କୁ ଅସଦାରଣ କରିଥିବା ଅଧ୍ୟାପକ କିମ୍ବା ମାମଲାକୁ ରଫାଦଫା କରିବାକୁ ଚେଷ୍ଠା କରିଥିବା ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିଲମ୍ବନ ଭଳି କାର୍ଯ୍ୟାନୁଷ୍ଠାନ ପଛରେ କି କାରଣ ରହିଛି । କାହାର ଚାପ ନାଁ ପଛରେ ପ୍ରୀତି ରହିଛି, ତାହାକୁ ନେଇ ବରୀବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି । ପ୍ରଶାସନର ଅସହଯୋଗକୁ ସାଧାରଣରେ ନିନ୍ଦା କରାଯାଇଛି ।