ଛଦେଶ ସାହିତ୍ୟ ସଂସଦର  ପ୍ରତିଷ୍ଠା ଦିବସ

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ଛଦେଶ ସାହିତ୍ୟ ସଂସଦର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛ । ସଂସଦର ସଭାପତି ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ନୀଳମଣି ମହାରଣାଙ୍କ କାର୍ଯ୍ୟକ୍ରମରେ ସଭାପତିତ୍ୱରେ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ଇଂ. ଫକୀର ମୋହନ ସାହୁ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମେ ସଂସଦର ପୂର୍ବସୁରୀ ଦିବଂଗତ କର୍ମକର୍ତ୍ତା, ସଦସ୍ୟ ଓ ସଦସ୍ୟାମାନଙ୍କର ସ୍ମୃତିଚାରଣ କରାଯାଇଥିଲା । ସଂସଦର ବରିଷ୍ଠ ସଦସ୍ୟ ଅଲେଖ ବିହାରୀ ସାହୁ ଏବଂ ସଂଗଠନ ସଂପାଦକ ଅମୀର ଚନ୍ଦ୍ର ରାଉତଙ୍କ ସଂଯୋଜନାରେ କବୟତ୍ରୀ ଓ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ ।  କୋଷାଧ୍ୟକ୍ଷ ବୀରବର ମିଶ୍ର ଆର୍ଥିକ ସ୍ଥିତି ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଜଗଦେବ, ଡଃ. ପ୍ରମୋଦ କୁମାର ଦାଶ, ପ୍ରଫୁଲ୍ଲ କୁମାର ପଣ୍ଡା, ଧୃବଚରଣ ରାଉତ, ଜାପାନୀ ଜଗଦେବ ଓ ସ୍ୱଦେଶ ରଞ୍ଜନ ଧଳ, ସାମାଜିକ ସଂପାଦକ ଧନଞ୍ଜୟ ଧଳ, ପତ୍ରିକା ସଂପାଦକ ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସଂସଦର ସାଂସ୍କୃତିକ ସଂପାଦକ ପ୍ରଶାନ୍ତ କୁମାର ଧଳ ସଂଗଠନର କାର୍ଯ୍ୟଧାରା, ବାର୍ଷିକ ଯୋଜନା, ସାମାଜିକ କାର୍ଯ୍ୟରେ ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ । ରମେଶ ବେହେରା, ପବିତ୍ର ବେହେରା, ନିହାର ତ୍ରିପାଠୀ, ସୂର୍ଯ୍ୟମଣି ପୃଷ୍ଟି, ସୁରେଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଯୁଗ୍ମ ସଂପାଦକ ଇଂ. ବାସୁଦେବ ଧଳ ପରିଚାଳନା କରିଥିବାବେଳେ ପାଠାଗାର ସଂପାଦକ ମଧୁସୂଦନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।