ଛାତ୍ର ଛାତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 


ାା ପ୍ରଭାନୁ୍ୟଜ୍ ।ା  : ଜିଲ୍ଲାର ଗ୍ରାମଦୋୟ ପ୍ରୋଜେକ୍ଟ ତରଫରୁ ନବରଙ୍ଗପୁର ଜିଲ୍ଲା କୋର୍ଟକୁ ହେଲ୍ପ ଏ ଚାଇଲଡ ଏନ୍ଜିଓ  ସଂସ୍ଥା ତରଫରୁ ନବରଙ୍ଗପୁର ବ୍ଲକ ଓ ପାପଡାହାଣ୍ଡି ବ୍ଲକର ଦୁଇଟି ଛାତ୍ରଛାତ୍ରୀ ଦଳ ଜିଲ୍ଲା କୋର୍ଟକୁ ପରିଭ୍ରମଣରେ ଆସିଥିଲେ । କୋର୍ଟ କାର୍ଯ୍ୟ ବିଷୟରେ ସମ୍ୟକ ଧାରଣା ଓ କୋର୍ଟ କାର୍ଯ୍ୟର ପରିଚାଳନା ବିଷୟରେ ସେମାନଙ୍କ ବିଶେଷ ଆଗ୍ରହ ଥିଲା  । ସେମାନଙ୍କ ତାଲିମର ମୁଖ୍ୟ ବିଷୟ ଥିଲା  ବିଚାରପତି, କୋର୍ଟ କାର୍ଯ୍ୟକ୍ରମର ପ୍ରଣାଳୀ, ମୁଦାଲା, ଦୋଷୀକୁ ଦଣ୍ଡ ବିଧାନ,ସମ୍ମୁଖ ଅଫିସ ର କାର୍ଯ୍ୟ ଓ ଏହାର ଉପଯୋଗ, ଗରିବକୁ ସରକାରଙ୍କ ତରଫରୁ କିଭଳି ନ୍ୟାୟ ପ୍ରଦାନ କରାଯାଉଛି  ।  ଏହି ବିଷୟରେ ଜିଲ୍ଲା ଓ ଦୌରା ଜଜ ସୁବ୍ରତ ମହାନ୍ତି ଛୋଟ ଛୋଟ ଶିଶୁଙ୍କୁ ବିସ୍ତୃତ ଭାବରେ ବୁଝାଇ କହିଥିଲେ । ଜୀବନରେ ଅନ୍ୟାୟ କରିବା ନାହିଁ କିମ୍ବା କାହା ଆଗରେ କେବେ ମୁଣ୍ଡ ନୁଆଇଁବା ନାହିଁ । ଏହି କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା, ସମ୍ପାଦିକା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ଅଭିପ୍ସା ଗୋଛାୟତ, ଜିଲ୍ଲା ଓକିଲ ସଙ୍ଘ ସଭାପତି ନରସିଂହ  ତ୍ରିପାଠୀ ଆଇନ ବିଷୟରେ ବୁଝାଇଥିଲେ  । ଏଥିରେ ସମ୍ପାଦକ ତପନ ସିଂ, ସମ୍ମୁଖ କାର୍ଯ୍ୟାଳୟ ଓକିଲ ସେକ ବାବା ଅଲିଶା ପ୍ରମୁଖଙ୍କ ସହ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ ।