ଛାତ୍ର ଛାତ୍ରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ 

 ଫୁଲବାଣୀ:  କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥାନୀୟ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟରେ ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଶ୍ରୀ  ସ୍ୱରୂପ କିଶେନ୍ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ଭାରତ ସରକାରଙ୍କ ନୂତନ ଆଇନ ଉପରେ  ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟରେ ସଚେତନ କରାଇଥିଲେ  । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ, ସହକାରୀ ଶିକ୍ଷକ ସନାତନ ଦାସ ଓ ଜୁନିଅର୍ କ୍ଲାର୍କ ବିପିନି ବିହାରୀ ମନ୍ତ୍ରୀ  ଏସଆଇ  ମୋନରଞ୍ଜନ୍ ଭୋଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାର ପୂର୍ବର ବ୍ରିଟିଶ୍ ଅମଳର କିଛି ଆଇନ ଭାରତରେ  ପ୍ରଚଳନ କରିଥିଲେ । ଯାହାକୁ କି ଭାରତୀୟଙ୍କର  ବ୍ୟକ୍ତିଗତ ସ୍ୱାର୍ଥରେ ବିଶେଷ ଭାବରେ ପ୍ରଭାବିତ କରୁଥିଲା  । ତାହାକୁ ସୁଧାର କରି ଭାରତୀୟ ମାନବଙ୍କ ଦୈନନ୍ଦିନ ଜୀବନରେ  ବିକାଶ କରିବା ପାଇଁ ସରକାର ପ୍ରଚଳିତ ପୁରୁଣା ଆଇନ୍ ଯଥା - ଇଣ୍ଡିଆନ୍ ପେନାଲକୋଡ  ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, କୋଡ  ଅଫ୍ କ୍ରିମିନାଲ୍  ପ୍ରୋସିଡ୍ୟୋର୍  ୧୯୭୩   ବଦଳରେ ଜାତୀୟ ନାଗରିକ ସଂହିତା ୨୦୨୩ ଓ  ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ୧୮୭୨  ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପାରିତ କରିଥିବା କଥା ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିବା ସହିତ ପୋଷ୍କ୍ ଅଧିନୀୟମ କଥା ବୁଝାଇଥିଲେ  । ସରକାରଙ୍କ ଆଇନ୍ କଥା କହି  ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ  । ଫୁଲବାଣୀ ଥାନା ଅଧିକାରୀ  ଟାଉନ୍ ଥାନରେ  ଯୋଗଦେବା ଦିନଠାରୁ ଫୁଲବାଣୀ ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୁଧାରିବାରେ ଲାଗିଛି  । ସହରରେ ଗଣ୍ଡଗୋଳ ବାତାବରଣ କମିବାରେ ଦେଖିବାକୁ ମିଳୁଛି । ରାତ୍ର ୧୦ ଘଣ୍ଟିକା ପୂର୍ବରୁ ଦୋକାନ ବଜାର ବନ୍ଦ କରି ରାତ୍ରରେ ମଦ୍ୟପାନ କରି ବୁଲୁଥିବା ଅସାମାଜିକ ଯୁବକଙ୍କୁ ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି  । ସ୍ଥାନୀୟ ବସ୍ଷ୍ଟାଣ୍ଡରେ ଦିନ ଦ୍ୱିପହରରେ ଯାତ୍ରୀମାନେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହାଠାରୁ ମୁକ୍ତି ମିଳୁଛି ବୋଲି ଯାତ୍ରୀ ମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି  । ସହରରେ ଦୃତ ଗତିରେ ଯେଁଉ ସବୁ ଦୁଇ ଚକିଆ ଯାନ ଚଳାଇଥିଲେ  ତାହାବି ପ୍ରାୟତଃ ବନ୍ଦ ହେବାର ପରିଲକ୍ଷିତ ହେବାରେ ଲାଗିଛି  । ସହରରେ ସାହି ସାହି ମଧ୍ୟରେ ଲାଗି ରହୁଥିବା ଗଣ୍ଡଗୋଳ ବନ୍ଦ୍ ହୋଇ ସହରରେ ଶାନ୍ତି ଫେରିଛି । ଏହି ସବୁ ଘଟଣାକୁ ପାଥେୟ କରି କୁହାଯାଉଛି କି ଥାନାଧିକରୀଙ୍କ କିଛି ପଦକ୍ଷପ ପାଇଁ ସହରରେ ଶାନ୍ତିର ବାତାବରଣ ଫେରିବାରେ ଲାଗିଛି  । ଥାନା ଅଧିକାରୀ ସ୍ୱରୂପ କିଶେନ୍  ପ୍ରଥମେ ରମ୍ଭ୍ା,ଆସ୍କା,  ନୂଆଗାଁ ଥାନାରେ ରହି ଏମିତି ଶାନ୍ତି ବାତାବରଣ ଆଣିଥିବା କଥା ଲକଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା  । ଏହି ପରି ଜଣେ ଦକ୍ଷ ପ୍ରଶାସକ ଓଡ଼ିଶାର ପ୍ରତି ଥାନାରେ ରହିବା ନିହାତି ରୂପେ ଆବଶ୍ୟକ । ଓଡ଼ିଶାର ଆଇନ ପରିସ୍ଥିତି ସୁଧାରିବା ସହ ଓଡ଼ିଶାରେ ଶାନ୍ତିର ବତାବରଣ ସୃଷ୍ଟି ହୋଇପାରନ୍ତା ଏବଂ ଉତ୍ତମ ଓଡ଼ିଶା ଗଠନରେ ସହାୟକ ହୋଇଥାନ୍ତା  । ଏହିପରି ଭାବରେ ଥାନାଧିକାରୀ କିଶେନ୍ଙ୍କୁ ଭୂୟସି ପ୍ରଶଂସା କରିଥିବାର ସବୁ ସ୍ଥାନୀୟ ଫୁଲବାଣୀ ସହରର ବୁଦ୍ଧିଜୀବୀ, ଆଇନଜୀବି, ବରିଷ୍ଟ ନାଗରିକ, ଓ ସାଧାରଣ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି  ।