ଜନସ୍ୱାସ୍ଥ୍ୟ ବିଭାଗ ପାଲଟିଛି ଭୂତକୋଠି
ହିଞ୍ଜିଳିକାଟୁ : ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ରହିଛି । ଚତୁରତାର ସହ ବିଭାଗ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟରେ ନା ଅଛି ନାମ ଫଳକ ନା କାର୍ଯ୍ୟାଳୟ ବୋଲି କେଉଁଠି ଲେଖା ଯାଇଛି ।ଏଲ ଈଡି ଥିଲା ତାହା ବର୍ତ୍ତମାନ ବନ୍ଦ ରହିଛି ।ସାଧାରଣ ଲୋକଟିଏ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଖୋଜିଲେ ମଧ୍ୟ ପାଉ ନାହାଁନ୍ତି । କେବଳ ଏତିକି ନୁହେଁ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ରେ ସମସ୍ୟା ସମାଧାନ ପାଈଁ ବିଭାଗ ବିଫଳ ହୋଇଛି । ଲୋକଙ୍କୁ ଚଢା ଦରରେ ମାସିକ କର ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ପାଣି ବ୍ୟବହାର କରନ୍ତୁ କି ନ କରନ୍ତୁ କର ଦେବାକୁ ଲୋକଙ୍କୁ ବାଧ୍ୟ କରୁଛି ବିଭାଗ । ତିନି ମାସ ତଳୁ ହିଞ୍ଜିଳିକାଟୁ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାସଙ୍କ ବଦଳି ପରେ ଭାରପ୍ରାପ୍ତ ଅଧିକାରୀ ଭାବେ ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ନିକିତା ପାତ୍ରଙ୍କୁ ବିଭାଗ ଦାୟିତ୍ୱ ପ୍ରଦାନ କରିଛି । ଏଠାରେ ଯେଉଁ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି ସେ ନିୟମିତ କାର୍ଯ୍ୟାଳୟ ରେ ରହୁ ନ ଥିବା, କିମ୍ବା ଫୋନ କଲେ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି । ତମାମ ସମସ୍ୟା ସମ୍ପର୍କରେ ଉକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ସାକ୍ଷାତ କରିବାରେ ବିଫଳ ହେବାରୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯନ୍ତ୍ରୀ ମହୋଦୟ ଫୋନ ଗ୍ରହଣ କରିନଥିଲେ । ଯଦି ଭୁଲରେ ଫୋନ ଗ୍ରହଣ କଲେ ଦୁଇଦିନ ପରେ ଯିବି ନହେଲେ ଯାନିବିଲି ପ୍ରକଳ୍ପ କାର୍ଯ୍ୟକୁ ତଦାରଖ ନିମନ୍ତେ ଯାଇଥିବା ଶୁଣିବାକୁ ମିଳୁଛି । କେବେ ସୁଧାର ଆସିବ ଜନସ୍ୱାସ୍ଥ୍ୟ ବିଭାଗ କେବେ ଉପକୃତ ହେବେ ସାଧାରଣ ଲୋକେ ତାହା ଦେଖିବାକୁ ରହିଛି ।