ଜନାର୍ଦ୍ଦର୍ନ ହାଇସ୍କୁଲ ବାର୍ଷିକୋତ୍ସବ

ବନ୍ତ: ସେଣ୍ଡତୀରା ପଞ୍ଚାୟତ ଜନାର୍ଦ୍ଦନ ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅନନ୍ତ ଚରଣ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ଡ. ପ୍ରଫୁଲ୍ଲ ସାହୁ, ମୁଖ୍ୟବକ୍ତାବାଣୀ କବି ପଣ୍ଡିତ ଦୟାନିଧୂ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ଭଦ୍ରକ ଓଷ୍ଟା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ, ବ୍ଲକ ସମ୍ପାଦକ ସନ୍ତୋଷ ଜେନା, ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ଶିକ୍ଷାବିତ୍ ପିତାମ୍ବର ପହି, ଛାତ୍ର ସଂସଦ ସଭାପତି ଅନାଦି ଚରଣ ସେନାପତି, ଏସଏମସି ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ସାଧନ କେନ୍ଦ୍ର ସଂଯୋଜକ ଶୁଭ୍ର ପ୍ରକାଶ ରାଉଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥିପରିଚୟ ଓ ଶେଷରେ ପ୍ରଭାସିନୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ୧୯୮୦ ବା ବ୍ୟାଚର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍କୁଲ ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଚଳିତ ବର୍ଷ ଠାରୁ ଗଣିତ, ବିଜ୍ଞାନରେ ଅଧିକ ନମ୍ବର ରଖୁଥିବା ଓ କ୍ରୀଡାରେ ଚାମ୍ପିଅନ ଛାତ୍ରଛାତ୍ରୀଙ୍କୁ ‘ଗୁରୁଗୌରବ ବିଦ୍ୟା ବୃଦ୍ଧି ସମ୍ମାନ’ରେ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଅଭୟ ପ୍ରଧାନ ମଞ୍ଚ ପରିଚାଳନାରେ ଅବିନାଶ ବାଇ ଓ ପଦ୍ମାବତୀ ଧଳ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ । ପ୍ରିୟମ୍ବଦା ରାଉତ, ଭୌର ମାଝୀ, ମନୋଜ ଶଙ୍ଖୁଆ, ବିଜ ସାହୁ, ପ୍ରଶାନ୍ତ ଶଙ୍ଖୁଆ, ମାନସୀ ସେଠୀ, ଅନୂସୟା ବିଶ୍ୱାଳ, ସବିତା ସାହୁ, ବିଜୟ ସାହୁ, ବବିଲତା ପ୍ରଧାନ, କ୍ଷିତିପ୍ରଜ୍ଞା ସେଠୀ, କମଳା ଜେନା ସହଯୋଗ କରିଥିଲେ ।