ଜନ ଶୁଣାଣିକୁ ତୀବ୍ର ବିରୋଧ

 କବାଟବନ୍ଧ  : ବୁଧବାର ମେସର୍ସ ମେଡିଆଡ଼ ମାର୍କେଟିଂ ସର୍ଭିସେସ ପକ୍ଷରୁ ଧର୍ମଶାଳା ବ୍ଲକ ଏଣ୍ଡଳବା ପଂଚାୟତରେ ଏକ ସାଧାରଣ ବର୍ଜ୍ୟବସ୍ତୁ ପ୍ରକ୍ରିୟା ସୁବିଧା ନିର୍ମାଣ ପାଇଁ ହୋଇଥିବା ଜନ ଶୁଣାଣିକୁ ତିବ୍ର ବିରୋଧ କରାଯାଇଥିଲା । ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲେ ହେଁ ଜନଶୁଣାଣିକୁ ସଫଳ କରିପାରିନଥିଲା ସଂପୃକ୍ତ ସଂସ୍ଥା କି ପ୍ରଶାସନ । ବର୍ଜ୍ୟବସ୍ତୁ ପ୍ରକ୍ରିୟା ସୁବିଧା ନିର୍ମାଣ ପାଇଁ ପଂଚାୟତ ଟେଂଟଳ ଗ୍ରାମରେ ଖାତା ନଂ ୬୪ ଓ ପ୍ଲଟ ନଂ ୯୯୪ ସ୍ଥାନ ଚିହ୍ନଟ ହୋଇଥିଲା । ଏନେଇ ଆଜି ଜନ ଶୁଣାଣି କରାଯାଇଥିଲା । କଳିଙ୍ଗନଗର ଆଂଚଳିକ ପ୍ରଦୂଷଣ ଅଧିକାରୀ ମଦନ ମୋହନ ସାହୁ, ଯାଜପୁର ଅତିରିକ୍ତ ଜିଲାପାଳ ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ଧର୍ମଶାଳା ତହସିଲଦାର ସମୀର ଦାସ, ଧର୍ମଶାଳା ବିଡ଼ିଓ ଜ୍ୟୋର୍ତିମୟ କର, ଯାଜପୁର ଅତିରିକ୍ତ ଏସ୍ପି ଅନିରୁଦ୍ଧ ରାଉତରାୟ,ଏସଡ଼ିପିଓ ଯାଜପୁର ରୋଡ ଲଷ୍ମୀଧର ସ୍ୱାଇଁ, ଜେନାପୁର ଥାନା ଅଧିକାରିଣୀ ନିରୂପମା ଜେନା, ସବଇନ୍ସପେକ୍ଟର ଶଶୀଭୂଷଣ ପରିଡ଼ା, ରଞ୍ଜନ କୁମାର ବେହେରା, ଇନ୍ସପେକ୍ଟର ଆଶିଷ ସାହୁ, ଟମକା, ସୁକିନ୍ଦା,କୋରେଇ, ଚଢ଼େଇଧରା ଫାଣ୍ଡି ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ଅନୁଷ୍ଟିତ ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭର ମାତ୍ର ୧୫ ମିନିଟ ଭିତରେ ପ୍ରବଳ ହଟ୍ଟଗୋଳ ଉତ୍ତେଜନାରୁ ସୃଷ୍ଟି ହୋଇଥିଲା । ଯାହା ଫଳରେ ଅଧିକାରୀ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ । ବିରୋଧକୁ ପ୍ରକଳ୍ପର ସ୍ଥାନୀୟ ଗ୍ରାମବାସୀ ବହୁ ବିରୋଧ କରିଥିଲେ । ଫଳରେ ଅଧିକାରୀ ଘଟଣାସ୍ଥଳ ଛାଡ଼ି ଚାଲିଆସିଥିଲେ ।