ଜବରଦଖଲ ଉଚ୍ଛେଦ ଅଭିଯାନ

 ଜୟପୁର : ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧୂକାରୀ ଏ ଶାସ୍ୟା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନାରାୟଣ ତୋଟା ସାହିରେ ପୌର ଯାଗା ଜବରଦଖଲ କରିଥିବା ଗୃହ, ମନ୍ଦିର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଉଚ୍ଛେଦ କରାଯାଇଛି । ଏଥିରେ ସ୍ଥାନୀୟ ଟାଉନ ପୁଲିସ ଥାନା ଅଧିକାରୀ ଏବଂ ପୁଲିସ କର୍ମୟରୀ ମାନେ ଜବରଦଖଲ ହୋଟେଇବାରେ ସହଯୋଗ କରିଥିଲେ । ଜବରଦଖଲ ହୋଟେଇବ ସମୟରେ କିଛି ପୁଲିସ କର୍ମଚାରି ଭିଷଣ ରୌଦ୍ର ତାପରେ ଅତିଷ୍ଟ ହୋଇ ପାଣି ପାଇଁ ଡହଳ ବିକଳ ହେଉଥୁବା ଦୃଷ୍ଟିକୁ ଆସିଛି । ପୌର ପ୍ରଶାସନ ଜଳର ସୁବ୍ୟବସ୍ଥା କରିନଥୁବା ଜବରଦଖଲ ହୋଟେଇବାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ଦେଖୁବାକୁ ମିଳିଛି । ଜୟପୁର ପୌର ପ୍ରଶାସନ ଜୟପୁରରେ ଦିଲ୍ଲୀର ସାହୀନବାଗ କୁହାଯାଉଥିବା ପୁରୁଣା ମାଛବଜାର ଗଳି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରାସ୍ତା ଉପରେ କିଛି ବିରିଆନି ବ୍ୟବସାୟୀ ଖାଦ୍ୟ ଲାଇସେନ୍ସ ଏବଂ ପୌରର ଟ୍ରେଡ ଲାଇସେନ୍ସ ବିନା ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ ମଧ୍ୟ ପୌର ପ୍ରଶାସନର ଜବରଦଖଲ ହୋଟେଇବା ପାଇଁ ଦୃଷ୍ଟି ପଡୁନାହିଁ କେମିତି ବୋଲି ପ୍ରଶ୍ନ ହେବାସହ ପୌର କର୍ମୀୟରୀ ଏବଂ କିଛି ପୁଲିସ କର୍ମଚାରୀ ମାନେ ବିରିୟାନୀ ବିକ୍ରି କରୁଥିବା ବ୍ୟବସାଇଙ୍କ ଦ୍ୱାରା ଆପ୍ୟାଇତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି  । ଏହା ସହ ଜିଏସଟି ଯାଞ୍ଚ ଅଧିକାରୀଙ୍କ ବିରିଆନି ବିକ୍ରେତାଙ୍କ ଠାରୁ ଆପ୍ୟାୟିତ ହୋଇ ଜାଣିଶୁଣି ନିରବ ରହିବା ଯୋଗୁଁ ରାଜ୍ୟ ରାଜସ୍ୱର କ୍ଷତି ହେଉଥିବା ସ୍ୱଷ୍ଟ ହେବା ସାଧାରଣରେ ଦୃଷ୍ଟିକୁ ଆସିଛି । ଜବରଦଖଲ ଉଚ୍ଛେଦକୁ ସାଧାରଣରେ ପ୍ରସଂଶା କରାଯାଇଥିବା ବେଳେ ପୁରୁଣା ମାଛ ବଜାର ଗଳିରୁ ସନ୍ଧ୍ୟାରେ ହେଉଥିବା ଟ୍ରାଫିକ ସମସ୍ୟା ଜବରଦଖଲ ପୌର ପ୍ରଶାସନ ଏବଂ ପୋଲିସ ପ୍ରଶାସନର ହଟେଇବାକୁ କେବେ ଦୃଷ୍ଟି ପଡିବ ବୋଲି ସାଧାରଣ ଜନତା ଅପେକ୍ଷାରତ ।