ଜାଗା ବିବାଦ ନେଇ ଘର ଭଙ୍ଗା, ଥାନାରେ ମାମଲା
ତାଳଚେର: ତାଳଚେର ବ୍ଲକ ବଡଯୋରଡା ଗ୍ରାମର ଚେମୁଟୁ ସାହୁ ଓ ତାଙ୍କ ପରିବାର କଳିଙ୍ଗ କଲୋନୀ ସ୍ଥିତ ଉପର ମାର୍କେଟ୍ ଠାରେ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି । ଗ୍ରାମର ଚରଣ ପ୍ରଧାନଙ୍କ ପୁତ୍ର ରଞ୍ଜନ ପ୍ରଧାନ ଓ ତାଙ୍କ ମା’ ଚେମୁଟୁ ସାହୁ ଘରେ ନଥିବା ବେଳେ ଘରର ଟିଭି, ଫ୍ୟାନ୍ ଭାଙ୍ଗି ଦେଇଥିବା ଚେମୁଟୁ ସାହୁଙ୍କ ସ୍ତ୍ରୀ ପାର୍ବତୀ ସାହୁ ବିକ୍ରମପୁର ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଝିଅ ବିବାହ ପାଇଁ ଘରେ ରଖିଥିବା ଦେଢ଼ ଭରି ସୁନାର ଚେନ୍ ଓ କାନଫୁଲ ସହିତ ନଗଦ ୫୦ ହଜାର ଟଙ୍କା ରଞ୍ଜନ ପ୍ରଧାନ ଜୋର ଜବରଦସ୍ତ ଘରେ ପଶି ନେଇଯାଇଛନ୍ତି । ଏହା ସହିତ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରେ ମାରି ଦେବା ପାଇଁ ଧମକ୍ ଦେଇଥିବା ଜଣାଇଛନ୍ତି ।
ସୂଚାନାଯୋଗ୍ୟ, ଗତ କିଛି ମାସ ପୂର୍ବରୁ ସେ ରହୁଥିବା କଳିଙ୍ଗ କଲୋନୀ ସ୍ଥିତ ଜାଗାକୁ ନେଇ ରଞ୍ଜନ ପ୍ରଧାନଙ୍କର ଚେମୁଟୁ ସାହୁଙ୍କ ସହିତ ତିକ୍ତତା ଲାଗି ରହିଥିଲା । ତେବେ ସେ ବସବାସ କରୁଥିବା ଜାଗାରେ ବଡଯୋରଡା ଗ୍ରାମର ରଂଜନ ପ୍ରଧାନ ନାମକ ଯୁବକ ସେହି ଜାଗାକୁ ହାତେଇବା ପାଇଁ ଜୋରଜବରଦସ୍ତ କରୁଥିଲେ । ଏ ନେଇ ମଧ୍ୟ ପୂର୍ବରୁ ତାଙ୍କର କଥାକଟାକଟି ଏପରିକି ମାଡପିଟ୍ ଯାଏ କଥା ଯାଇଥିଲା । କିଛି ଉପାୟ ନପାଇ ଚେମୁଟୁ ସାହୁ ଓ ତାଙ୍କ ପତ୍ନୀ ପାର୍ବତୀ ସାହୁ ଭୟଭିତ ହୋଇ ବିକ୍ରମପୁର ଥାନାରେ ଗତ ତା୧୧/୧୧/୨୦୨୪ ଓ ତା୧୮/୧୨/୨୦୨୪ ରିଖରେ ଲିଖିତ ଭାବେ ଦୁଇ ଦୁଇ ଥର ଜଣାଇଥିଲେ । ତେବେ ଏ ନେଇ ଥାନା ଅଧିକାରିଣୀ ଉଭୟଙ୍କୁ ସେହି ଜାଗାକୁ ନ ଯିବା ପାଇଁ ବାରଣ କରିଥିଲେ । ତେବେ କିଛି ଦିନର ବ୍ୟବଧାନ ପରେ ଆଜି ସକାଳ ସମୟରେ ରଂଜନ ପ୍ରଧାନ ଉତ୍କ୍ଷିପ୍ତ ହୋଇ ଚେମୁଟୁ ସାହୁ ଓ ପାର୍ବତୀ ସାହୁ ବସବାସ କରୁଥିବା ଘରକୁ ଆସି ମାରପିଟ୍ କରିବା ସହିତ ଜୀବନରେ ମାରିଦେବାର ଧମକ୍ ଦେଇଛି । ତେବେ ରଂଜନ ପ୍ରଧାନ ତାଙ୍କ ଘର ଓ ଘରର ବିଭିନ୍ନ ଆସବାବ ପତ୍ରକୁ ଭାଙ୍ଗିବା ସହିତ ଦେଢ଼ ଭରି ସୁନାର ଚେନ୍ ଓ କାନଫୁଲ ଏବଂ ନଗଦ ୫୦ ହଜାର ଟଙ୍କା ନେଇ ଯାଇଥିବାର ସେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଦେଖିବାକୁ ବାକି ରହିଲା ଅସହାୟ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିକ୍ରମପୁର ପୋଲିସ୍ କେତେ ସଫଳ ହେଉଛି ।