ଜାତୀୟସ୍ତରୀୟ ଉପ କନିଷ୍ଠ ନେଟବଲ୍ ପ୍ରତିଯୋଗିତା: ଭଦ୍ରକ ଜିଲ୍ଲାରୁ ୫ ଖେଳାଳି ମନୋନୀତ
ଉଦ୍ରକ : ମଧ୍ୟପ୍ରଦେଶର ଇନେ୍ଦାର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ୩୧ ତମ ଜାତୀୟ ଉପକନିଷ୍ଠ ନେଟବଲ୍ ପ୍ରତିଯୋଗିତା ଟି ୨୬ ମଇ ରେ ଆରମ୍ଭ ହୋଇ ୩୧ ମଇ ୨୦୨୫ ରେ ସମାପ୍ତ ହେବ ।
ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୨ ଜଣିଆ ବାଳକ ଓ ବାଳିକା ଖେଳାଳୀଙ୍କ ନାମ ଘୋଷଣା କରିଛି । ଏହି ବାଳକ ଦଳରେ ଭଦ୍ରକ ଜିଲ୍ଲାରୁ ଧର୍ମେଶ ନାରାୟଣ ସାହୁ , ଡି ପି ଅସ୍ମିତ କୁମାର ସ୍ଥାନ ପାଇଥିବା ବେଳେ ବାଳିକା ବିଭାଗ ରେ ପ୍ରିୟଙ୍କା ତ୍ରିପାଠୀ, ଜିସ୍ମୟୀ ନାୟକ ଓ ସ୍ୱୟଂଶ୍ରୀ ଭଞ୍ଜ ସ୍ଥାନ ପାଇଛନ୍ତି । ଧର୍ମେଶ ଓ ଡି ପି ଅସ୍ମିତ ଏସ ବି ଡି ଇଣ୍ଟରନେସନାଲ୍ ସ୍କୁଲର ଅଧ୍ୟୟନ କରୁଥିବା ବେଳେ ପ୍ରିୟଙ୍କା, ଜିସ୍ଶୟୀ ଓ ସ୍ୱୟଂଶ୍ରୀ ସରକାରୀ ବାଳିକା ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ତାଙ୍କର ଏହି ସଫଳତା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ, ଏସବିଡି ଇଣ୍ଟରନେସନାଲ ସ୍କୁଲ ର ଅଧ୍ୟକ୍ଷ, ଚେୟାରମେନ୍ ଓ ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷାୟତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଜିଲ୍ଲା ନେଟବଲ୍ ସଂଘର ସଂପାଦକ ମନୋଜ କୁମାର ସାହୁ, ସଭାପତି ତନ୍ମୟ କୁମାର ମହାନ୍ତି କୋଷାଧ୍ୟକ୍ଷ ବିଶ୍ୱାମିତ୍ର ବେହେରା ଓ ଉପସଭାପତି ମନୋଜ ଦାଶ୍ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।