ଜାତୀୟ କରାଟେ କ୍ୟାମ୍ପ ଉଦ୍ୟାପିତ : ୩ ସଫଳ ଖେଳାଳୀଙ୍କୁ ପୁରସ୍କାର ପ୍ରଦାନ
ଭୁବନେଶ୍ୱର : ସ୍ଥାନୀୟ ଉକôଳ କରାଟେ ସ୍କୁଲ ଠାରେ ଅନୁଷ୍ଠିତ ହେଉଥିବା ଜାତୀୟ କରାଟେ କ୍ୟାମ୍ପ ଆଜି ଉଦଯାପିତ ହୋଇଯାଇଛି । କରାଟେ ଇଣ୍ଡିଆ ଅର୍ଗାନାଇଜେସନ ଦ୍ୱାରା ଆୟୋଜିତ ଓ ଓଡିଶା କରାଟେ ସଂଘ ଦ୍ୱାରା ଅନୁଷ୍ଠିତ ଏହି ଜାତୀୟ କ୍ୟାମ୍ପର ଉଦଯାପନ ଉସôବରେ କରାଟେ ଇଣ୍ଡିଆ ଅର୍ଗାନାଇଜେସନର ସଭାପତି ହାନସି ଭରତ ଶର୍ମା, ଜାତୀୟ କୋଚ ସେନସେଇ ସାୱାନ କୁମାର ଓ ସେନସେଇ ସନ୍ଦିପ ଗାଡେ ଉପସ୍ଥିତ ରହି କରାଟେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ଉସôବରେ ଓଡିଶା ରାଜ୍ୟ କରାଟେ ସଂଘ ସଭାପତି ଡ. ହରି ପ୍ରସାଦ ପଟ୍ଟନାୟକ, ରାଜ୍ୟ ସଂଘ ଯୁଗ୍ମ ସମ୍ପାଦକ କାଳୀ ପ୍ରସାଦ ନନ୍ଦ, ପ୍ରଦୀପ କୁମାର ସରକାର, ପ୍ରଶାନ୍ତ ଧଳ, ସମ୍ପାଦକ ଗୌରୀ ମହାନ୍ତି, ଦୀପକ ସାମନ୍ତରା, ସନ୍ତୋଷ ମହାରଣା ପ୍ରମୁଖ ଉପସ୍ଥିତ ରହି କରାଟେରେ ଅଭୂତପୂର୍ବ ସଫଳତା ହାସଲ କରିଥିବା ପ୍ରତ୍ୟକ ଅନ୍ତର୍ଜାତୀୟ ଖେଳାଳି ପ୍ରଣୟ ଶର୍ମା, ଆଲିଶା ଓ ଆଲିଶା ସୁବୁଦ୍ଧିଙ୍କୁ ୧୫୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଉଦଯାପନ ଉସôବରେ କ୍ୟାମ୍ପରେ ଟ୍ରେନିଂ ଦେଇଥିବା ଦୁଇଥର କରାଟେରେ ବିଶ୍ୱ ଚାମ୍ପିଅନ ଅମିର ମେହେଦିଜାଦେଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।