ଜାତୀୟ ହସ୍ତତନ୍ତ ଦିବସ ପାଳିତ
ମାଲକାନଗିରି: ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ଅନ୍ଲାଇନ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ୍ ଠାରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଅତିରିକ୍ତ ହସ୍ତଶିଳ୍ପ ଅଧିକାରୀ ଗୁରୁଚରଣ, ଡେପୁଟି କଲେକ୍ଟର ଜଗଜୀବନ ଚୌଧୁରୀ, ଡେପୁଟି କଲେକ୍ଟର ସୁଧାକର ରଇତ, ଡିଇଜିଏମ ଶୁଭାଶିଷ ପଟ୍ଟନାୟକ, ସହାୟକ ଜିଲ୍ଲାପାଳ ମୁନା ତୁରୁକ୍ଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଥାଉକି, ଭାରତ ସରକାର ୨୦୧୫ ମସିହାରେ ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ଘୋଷଣା କରିଥିଲେ । ବୁଣାକାର ମାନଙ୍କୁ ପ୍ରୋତ୍ସାହନ କରିବା ସହ ହସ୍ତତନ୍ତ ବସ୍ତ୍ର ପରିଧାନକୁ ବ୍ୟାପକ କରିବା ସହ ଜନ ଆଦୃତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି ।