ଜାତୀୟ ହ୍ୟାଣ୍ଡବଲ ଚାମ୍ପିଅନସିପ୍ର ଦିତୀୟ ଦିବସ
କେନ୍ଦୁଝର : କେନ୍ଦୁଝରରେ ଉଦଘାଟିତ ହୋଇଛି ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ ମ୍ୟାଚ । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ଜାତୀୟସ୍ତରୀୟ ଚମ୍ପିଆନସିପ୍ର ଆଜି ଦିତୀୟ ଦିବସ । ଏଥିରେ ୨୪ଟି ରାଜ୍ୟ ଭାଗ ନେଇଛନ୍ତି । ଗତ କଲି ଠାରୁ ଆଜି ମଧ୍ୟରେ ୧୦ଟି ମ୍ୟାଚ ସମାପନ ହୋଇଛି । ଯେଉଁଥିରେ ମହାରାଷ୍ଟ୍ର-ପଶ୍ଚିମବଙ୍ଗକୁ ୩୨-୧୦ ଗୋଲରେ ଆନ୍ଧ୍ର ପ୍ରଦେଶ-ମଧ୍ୟ ପ୍ରଦେଶକୁ ୨୩ - ୧୧ ଗୋଲ, ଉତ୍ତର ପ୍ରଦେଶ - ତେଲେଙ୍ଗାନାକୁ ୩୦- ୪ ଗୋଲ, ରାଜସ୍ଥାନ-ଛତିସଗଡ଼କୁ ୩୩-୯ ଗୋଲରେ, ଦିଲ୍ଲୀ- ଝାରଖଣ୍ଡକୁ ୨୭-୭ ଗୋଲରେ, ବିହାର- ଆର୍ଯ୍ୟବ୍ରତ ଏକାଡେମି ୨୦ - ୨୦ ଗୋଲରେ , ହରିୟାନା - କେରଳକୁ ୩୦ - ୧୪ ଗୋଲରେ, ତାମିଲନାଡୁ- ଆନ୍ଧ୍ର ପ୍ରଦେଶକୁ ୨୨ - ୧୮ ଗୋଲରେ ଓ ୟସସିୟୁ ଏକାଡେମି ମୁମ୍ବାଇ ଏକାଡେମିକୁ ୨୮ - ୧୯ ଗୋଲରେ ପରାସ୍ତ କରିଛି । ଏହି ଖେଳକୁ ଅଧିକା ପ୍ରୋସôାହିତ କରିବାକୁ ଆସନ୍ତା ୧୦ ତାରିଖରେ ଏହି ଜାତୀୟସ୍ତରୀୟ ଚମ୍ପିଆନସିପ୍ ମ୍ୟାଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।