ଜାନୁଆରି ୨୧ ରେ ଓଏସଏସଟିଇଟି ପରୀକ୍ଷା
କଟକ : ଜାନୁଆରୀ ୨୧ ତାରିଖରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସଏସଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ ବୋଳି ବିଏସି ପକ୍ଷରୁ ଏକ ପ୍ରେସବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ ମିନିଟ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୧୦ରୁ ବୋଡର଼୍ ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏସି.ଇନରୁ ପରୀକ୍ଷାର୍ଥୀମାନେ ଆଡ଼ମିଟକାଡର଼୍ ଡାଉନଲୋଡ଼ କରିପାରିବେ ବୋଲି ବିଏସି ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦ ରୁ ବୋଡର଼୍ ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏସି.ଇନରୁ ପରୀକ୍ଷାର୍ଥୀମାନେ ଆଡ଼ମିଟ କାଡର଼୍ ଡାଉନଲୋଡ଼ କରିପାରିବେ ବୋଲି ବିଏସି ପକ୍ଷରୁ ସୂଚନା ଦିଆଯାଇଛି ।
Samir Kumar Rout