ଜିଆ ଖତ ପ୍ରସ୍ତୁତି ସମ୍ପର୍କିତ ପ୍ରଶିକ୍ଷଣ

ନିଶ୍ଚିତକୋଇଲି : ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ତଥା କଟରପଡା ସ୍ଥିତ ଇକୋ ସ୍କୁଲ ସେଣ୍ଟ ଜାଭିୟର ହାଇସ୍କୁଲ ସଂଯୋଜନାରେ ପରିବେଶ ଭିତ୍ତିକ ଜିଆ ଖତ ପ୍ରସ୍ତୁତି ସଂପର୍କିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାରପ୍ରାପ୍ତ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାକ୍ରମେ ନିଶ୍ଚିନ୍ତକୋଇଲି ତହସିଲଦାର ଅନୀତା ନାୟକ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ସିଇଏସ୍ର ଯୋଜନା ସହାୟକ ଭରତଚନ୍ଦ୍ର ଜେନା ଯୋଗ ଦେଇ ଜିଆଖତ ପ୍ରସ୍ତୁତ ଉର୍ବରତା ପ୍ରକ୍ରିୟା ଦ୍ୱାରା ଗ୍ରାମୀଣ କୃଷକମାନେ ବହୁ ଭାବରେ ଉପକୃତ ହେବା ସହ ସବୁଜ ଖାଦ୍ୟ ଶୈଳୀକୁ ଆପଣେଇବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଂପାଦକ ସ୍ମୃତିରଂଜନ ରାଉତରାୟ, ଆସ୍ଥା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରମିଳା ନାୟକ, ପରିବେଶବିତ୍ ପ୍ରଶାନ୍ତ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରିଥିଲେ । ଜିଆଖତ ପ୍ରସ୍ତୁତି ସଂପର୍କିତ ପ୍ରଶିକ୍ଷଣ ପାଇଁ ପ୍ରକୃତିବନ୍ଧୁ ସଂଜୀବ୍ କୁମାର ସାହୁ ପ୍ରଶିକ୍ଷକ ଭାବେ ଯୋଗଦାନ କରି ବିଭିନ୍ନ ଅଂଚଳରୁ ୬୮ଜଣ କୃଷକଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବଉଳ, ପିଜୁଳି, ଆମ୍ବ, ଆଦି ଫଳ ଚାରାରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ମାନସ କୁମାର ରାଉତ, ପ୍ରଭାସିନୀ ସ୍ୱାଇଁ, ରଶ୍ମିରଂଜିତା ସ୍ୱାଇଁ, ବିନତୀ ଶତପଥି, ଦେବାଶିଷ ଦାସ, ରଂଜୁଲତା ବେହେରା, ଡଲିରାଣୀ ସିଂ, ସୁଶ୍ରୀ ସ୍ନିଗ୍ଧାଞ୍ଜଳୀ, ବିନ୍ଦୁଶ୍ରୀ ପରିଜା, ସ୍ମୃତି ଭାରତୀ, ପ୍ରିୟଙ୍କା ସାମଲ, ମାନସୀ ନାୟକ, ସରୋଜିନୀ ରାଉତ, ଲିଲି ମହାନ୍ତି, ଉପାସନା ପରିଜା, ଅଭିରାମ ସାହୁ, ଶାରଦା ପ୍ରସାଦ ଜେନା, ଯୋଗମାୟା ପଣ୍ଡା, ନମିତା ସାମଲ, ନିବେଦିତା ପ୍ରଧାନ, ରଶ୍ମିତା ସାହୁ, ସୁପ୍ରିୟା ମହାନ୍ତି, ସଂଯୁକ୍ତା ସାହୁ, ଫରନାଜ୍ ଅଲୀ, ମୋନାଲି ତ୍ରିପାଠୀ, ତୃପ୍ତିରଂଜନ ସାହୁ, ଅନୁପମା ଶତପଥି, ମୋନାଲିସା ନାୟକ, ଶାସ୍ୱତୀ ବେହେରା, ସ୍ୱର୍ଣ୍ଣଲତା ସାହୁ, ପବିତ୍ର କୁମାର ଜେନା, ଜୟପ୍ରକାଶ ପାତ୍ର, ଆରାଧନା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ବିରଜା ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।