ଜିଲାସ୍ତରୀୟ ଯୁବ ମହୋତ୍ସବ
ଯାଜପୁର ଟାଉନ: ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧିନ ମେରା ଯୁବ ଭାରତ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ମହୋସôବ ଅନୁଷ୍ଠିତ ହୋଇଯାଇଛି । ଏନ୍ସି କଲେଜ ଅଡିଟୋରିଅମରେ ଅନୁଷ୍ଠିତ ମହୋସôବରେ ଅତିଥି ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଯୋଗ ଦେଇ ଭାରତ ବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାସ୍ତରରୁ ଉନ୍ନତି ହୋଇ ରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ । ଏନ୍ସି କଲେଜ ଅଧ୍ୟକ୍ଷ ଡ. ଆର୍କେ ବେହେରା ବକ୍ତା ଭାବେ ଯୋଗଦେଇ ଯୁବପିଢୀ ଦେଶକୁ ଉଚ୍ଚ ଶିଖରକୁ ନେବା ପାଇଁ ନିଜର ଆତ୍ମବିଶ୍ୱାସକୁ ଦୃଢ କରିବା ସହ ବଡ଼ ସ୍ୱପ୍ନ ଦେଖିବା ଓ ତାକୁ ପୂରଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଡିପିଓ, ଏନ୍ଏସଏସଏନ୍ସି କଲେଜ, ରଞ୍ଜନ ସୁତାର, କ୍ରୀଡା ଶିକ୍ଷକ ଉପସ୍ଥିତ ରହି ଯୁବକ ଯୁବତୀଙ୍କୁ ଉସôାହିତ କରିଥିଲେ । ନେହେରୁ ଯୁବକେନ୍ଦ୍ର, ଯାଜପୁର, ଜିଲ୍ଲା ୟୁଥ୍ ଅଫିସର ବାସୁଦେବ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବ ଉସôବରେ ଯାଜପୁର ଜିଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବକ୍ତୃତା ପ୍ରତିଯୋଗିତା, ଫଟୋଗ୍ରାଫି, ପଦ୍ୟ ଅବୃତି, ଚିତ୍ରାଙ୍କନ, ବିଜ୍ଞାନମେଳା, ବିଜ୍ଞାନମେଳା (ଦଳଗତ)ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ଏପିଏସ୍ଏସ୍ ମହାପାତ୍ର,ଏନ୍ସି କଲେଜ ପିଇଟି ରଞ୍ଜନ କୁମାର ସୁତାର, ରଣା ବେହେରା ପ୍ରମୁଖ ସହାୟତା କରିଥିଲେ ।