ଜିଲ୍ଲାପାଳଙ୍କ କଟକଣା ମାନୁନାହାନ୍ତି: ଏପଟେ ମାଟି୍ରକ ପରୀକ୍ଷା, ସେପଟେ ଫୁଟବଲ ଖେଳ

କେନ୍ଦ୍ରାପଡ଼ା:  ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ବୋର୍ଡ ପରୀକ୍ଷା । ଏଥିଲାଗି ସ୍କୁଲ୍ ପରିସରସ୍ଥ ଅଞ୍ଚଳରେ ଶାନ୍ତ ବାତାବରଣ ଜାରି ରଖିବାକୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ରହିଛି । ଏହି କ୍ରମରେ ଜିଲ୍ଲାପାଳମାନେ ପ୍ରତି ଜିଲ୍ଲାରେ ଚାଲିଥିବା ମାଟି୍ରକ ପରୀକ୍ଷା ଉପରେ କଡ଼ା ନଜର ରଖିଛନ୍ତି । ଏହାସହ ସ୍କୁଲ୍ ପରିସରରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଖେଳ ପରିବେଷଣ କରିବା ଉପରେ ରୋକ ଲଗାଇଛନ୍ତି । ଏପରି ପରିସ୍ଥିତି ମଧ୍ୟରେ କେନ୍ଦ୍ରାପଡ଼ା ହାଇସ୍କୁଲ ଖେଳ ପଡିଆରେ ୨୦ ତାରିଖରୁ କିପରି ଭାବେ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏଥିପାଇଁ ସଂଘକୁ କିଏ ଅନୁମତି ଦେବା ବୋଲି ସାଧାରଣରେ ଆଲୋଚନା ହେଉଛି ।
ପରୀକ୍ଷାର୍ଥୀମାନଙ୍କ ଏକାଗ୍ରତା ଭଙ୍ଗ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ହାଇସ୍କୁଲ ଖେଳପଡିଆ ମାନଙ୍କରେ କଟକଣା ଜାରି କରାଯାଇଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଚିଠି ନଂ ୧୫୦୮/୧୫.୦୨.୨୦୨୫ ଅନୁସାରେ ସମସ୍ତ ପ୍ରଧାନଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସେମାନଙ୍କ ଅଧୀନରେ ଥିବା ସ୍କୁଲଖେଳ ପଡ଼ିଆକୁ ଳିତ ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ପାଇଁ ବ୍ୟବହାର ନ କରିବାକୁ ନିଦେ୍ର୍ଦଶନାମା ଜାରି କରିଛନ୍ତି । କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଖୁବ୍ ନିକଟରେ ଥିବା କେନ୍ଦ୍ରାପଡା ହାଇସ୍କୁଲ ପଡ଼ିଆରେ ଚାଲିଥିପା ଫୁଟବଲ ଖେଳକୁ ନେଇ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ କିଭଳି ଶିକ୍ଷା ଅଧିକାରୀ ଅମାନ୍ୟ କରି ଖେଳ ପରିଚାଳନା କରିବା ପାଇଁ କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆକୁ ଅନୁମତି ଦେଲେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।