ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ


 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୬ ତମ ସାଧାରଣତନ୍ତ୍ର ଦିବସ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମବାୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର  ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଚର ଅଭିବାଦନ ଗ୍ରହଣ କରିଥିଲେ । ଢେଙ୍କାନାଳ ଜିଲ୍ଲାର ବରପୁତ୍ରମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ମହାପୁରୁଷମାନଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ରିଜର୍ଭ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ ବାହିନୀ ଏବଂ ଓଏସଏପି ପ୍ରଥମ ବାଟାଲିଆନ ଓ ପୋଲିସ ବ୍ୟାଣ୍ଡ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ୟାରେଡ ଦଳ ପ୍ୟାରେଡ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳରସ୍ତରରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧ ସଙ୍ଗୀତ ଗାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଜିଲ୍ଲାର ଶ୍ରେଷ୍ଠ କ୍ରୀଡାବିତମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଏହି ଅବସରରେ ଉଦ୍ୟାନ ବିଭାଗ ପକ୍ଷରୁ ଆୟୋଜିତ ପୁଷ୍ପ ପ୍ରଦର୍ଶନୀକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଉଦ୍ଘାଟନ କରିଥିଲେ । ପରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିସôାଳୟ ନିକଟସ୍ଥ ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ, ହେଲର କଏଦୀ ମାନଙ୍କୁ ଏବଂ ବଧୂର ଓ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ବନଖଣ୍ଡ ଅଧିକାରୀ  ସୁମିତ କର, ପୌର ପାଳିକା ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ବରିଷ୍ଠ ପ୍ରଶାସନିକ ଅଧିକାରୀ ନିର୍ବାଚିତ ଲୋକ ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧ ଏବଂ ଜନସାଧାରଣ ଯୋଗ ଦେଇଥିଲେ ।