ଜିଲ୍ଲାସ୍ତରୀୟ ସାରସ୍ୱତ ପ୍ରତିଯୋଗିତା
ଭଦ୍ରକ: ଓଡିଶା ସାହିତ୍ୟ ଏକାଡେମୀର ଜୁଲାଇ ୨୫ ତାରିଖରେ ହେବାକୁ ଥିବା ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସାରସ୍ୱତ ପ୍ରତିଯୋଗିତା ସଂସ୍କୃତି ଭବନ,ଭଦ୍ରକ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦଙ୍କଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ମୋଟ ଚାରିଗୋଟି ବିଭାଗ ଯଥା ପ୍ରବନ୍ଧ, କବିତା ଆବୃତ୍ତି, ସାଧାରଣ ଜ୍ଞାନ ଓ ଅନୁବାଦ ଏବଂ ବକ୍ତୃତା ରେ ଦୁଇଟି ଗ୍ରୁପରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର (କନିଷ୍ଠ ଓ ବରିଷ୍ଠ ) ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ରାଧା ମହାପାତ୍ର, ଶଶଧର ମହନୀ,ପବିତ୍ର ପାଣିଗ୍ରାହୀ, କିଶୋର ପାଣିଗ୍ରାହୀ, ସୁଚିତ୍ରା ପାଣିଗ୍ରାହୀ, ନିର୍ମଳ ରାଉତ, ରମାକାନ୍ତ ନାୟକ, ମନୋରମା ରାୟ, ଗୀତାରାଣୀ ଆଇଚ, ପ୍ରଦ୍ୟୋତନ ସୁଆର ପୂର୍ଣଚନ୍ଦ୍ର ବହଳୀ ବିଚାରକ ଭାବେ ଯୋଗଦାନ କରିଥିଲେ ।