ଜିଲ୍ଲା ଖାଦ୍ୟସୁରକ୍ଷା ବିଭାଗର ଚଢଉ
ରାଜକନିକା: ରାଜକନିକା ବ୍ଲକର ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ ଓଳାଭର ବାଜରରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ମୃତିମୟୀ ଦାସ, ଜିଲ୍ଲା ଜଳ ନିରୀକ୍ଷକ ସତ୍ୟରଞ୍ଜନ ସିଙ୍ଗ, କନିକା ଅତିରିକ୍ତ ତହସିଲଦାର ଦେବଲାଭ ସେଠି, ସ୍ଥାନୀୟ ପୁଲିସ ଏବଂ କନିକା ମେଡିକାଲ୍ ଅଫିସର ବାଦଲ ମହାନ୍ତି, ଜନସ୍ୱାସ୍ଥ୍ୟ ଅଧିକାରୀ ଖଗେନ ନାରାୟଣ ସିଂଙ୍ଗଙ୍କ ସହ ଆଶା ଦିଦି ପହଞ୍ଚି ବଜାରରେ ଥିବା ସବୁ ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟ ଫୁଡ଼ୁ ଦୋକାନରେ ଅଚାନକ ଚଢ଼ଉ କରି ପାଣିର ସ୍ୱଚ୍ଛତା, ଖାଦ୍ୟର ମନା ତନଖିବା ସହିତ ଦୋକାନର ପାରିପାର୍ଷିକ ଅବସ୍ଥା, ସ୍ୱଚ୍ଛତା ଓ ଏହିସବୁ ଦୋକାନରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର କେମିକାଲ ରଙ୍ଗ ନମୁନା ନେବା ସହ ଲାଇସେନ୍ସ ନ ଥିବା ଦୋକାନୀଙ୍କୁ ତାଗିଦ୍ କରିଥିବା ବେଳେ, ସ୍ଥାନୀୟ ବଣିକ ସଂଘ କର୍ମକର୍ତ୍ତାଙ୍କୁ ଡାକି ବ୍ଲିଚିଙ୍ଗ ପାଉଡର ଦେବା ସହ କଲେଜ ଖେଳ ପଡିଆରେ ଅଳିଆ ନ ପକାଇବାକୁ ତାଗିଦ୍ କରିଥିଲେ । ନହୁଣୀ ପଞ୍ଚାୟତର ମଦନପାଟଣା ଗାଁରେ ଥିବା ପାଣିପ୍ୟକେଜିଙ୍ଗ ସେଣ୍ଟର ସ୍ୱଚ୍ଛତା ଓ ଲାଇସେନ୍ସ ତନଖି କରିଥିବା ସୂଚନା ମିଳିଛି । ରାଜ୍ୟର ଏକାଧିକ ଜିଲ୍ଲାରେ ହଇଜା, ଝାଡା ବାନ୍ତି ମହାମାରୀର ରୂପ ନେବାକୁ ଯାଉଥିବା ବେଳେ, ସହ ସହ ଲୋକ ଏଥିରେ ଆକ୍ରାନ୍ତ ହେବାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ମିଶନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ମିଳିତ ଭାବରେ ଜିଲ୍ଲାର ବିଭିନ୍ନ ବଜାରରେ ଚଢ଼ଉ କରିଥିଲେ ।