ବୁଡ଼ିଲା ବାଉଁଶ ପୋଲ

 ବରୀ : ବରୀ୨୪/୬ବରୀ ବ୍ଲକ ବୋଦୁଅ ପଞ୍ଚାୟତର ଚିଙ୍ଗୁଡ଼ିଆ ନାଳରେ ସ୍ଥାନୀୟ ନାଉରୀ ଆଙ୍କ ଉଦ୍ୟମରେ ନିର୍ମାଣ କରାଯାଇଥିବା ବାଉଁଶ ପୋଲଟି ଅବସ୍ଥା ଅସୁରକ୍ଷିତ । ସୋମବାର ବିଳମ୍ବିତ ରାତିରେ ଖରେସ୍ରୋତାର ଶାଖାନଦୀ ତନ୍ତୀଘାଇ ନଦୀରେ ବନ୍ୟା ପାଣି ଆସି ବାଉଁଶ ପୋଲକୁ ବୁଡ଼ାଇବାରୁ ସକାଳୁ ପୋଲ ଉପର ଦେଇ ଯାତାୟତ କାରୁଥିବା ଲୋକଙ୍କ ପାଇଁ ଯାତାୟତ ବନ୍ଦ ରହିଛି । ପୁଣି ଏ ଅଞ୍ଚଳର ଜନ ସାଧାରଣ ଲାଗି ଡ଼ଙ୍ଗା ସାହା ଭରସା ପାଲିଟିଛି । ଦୀର୍ଘ ୬ ମାସ ଧରି ଅଞ୍ଚଳର ଜନସାଧାରଣ ସାଇକେଲ ଓ ବାଇକରେ ବରୀ, ବିଂଝାରପୁର, ଯାଜପୁର  କୁ ବିଭିନ୍ନ କାର୍ଯ୍ୟରେ ବାଉଁଶ ସେତୁ ଦେଇ ଯାତାୟତ କରିଥାନ୍ତି ।  ଜାନୁୟାରୀ ମାସରୁ ଏହି ବାଉଁଶ ସେତୁକୁ ନାଉରୀଆମାନେ ନିର୍ମାଣ କରିଥିବା ବେଳେ, ନଦୀରେ ବନ୍ୟା ଆସିବା ଫଳରେ ବାଉଁଶ ସେତୁଟି ବୁଡିଯାଇଛି । ଫଳରେ  ବରୀରୁ ବିଞ୍ଝାରପୁର, ଯାଜପୁର ସଦର ମହାକୁମ  ଯିବା ଆସିବା ପାଇଁ ଲୋକମାନଙ୍କର ଡ଼ଙ୍ଗା ପାଲିଟିଛି ଭରସା ।