ଜିଲ୍ଲା ଜଳବିଭାଜିକା ଯାତ୍ରା ପ୍ରସ୍ତୁତି ବୈଠକ

 କେନ୍ଦୁଝର: ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ତାଙ୍କର ଅଫିସ ପରିସର ମଧ୍ୟରେ ଜଳ ବିଭାଜିକା ଯାତ୍ରା ମହସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକର ପରିସମାପ୍ତି ହୋଇଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ମାଧ୍ୟମରେ କାର୍ଯକାରୀ ହେଉଥିବା ଜଳ ବିଭାଜିକା ବ୍ଲକ ପାଟଣା ଓ ଘଟଗାଁରେ ଏହି ଯାତ୍ରା ମହସମାରୋହ ଅନୁଷ୍ଠିତ ହେବାର ସ୍ଥିରୀକୃତ କରାଯାଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଜଳ ବିଭାଜିକା ଜନ ସଚେତନତା ପ୍ରଚାର ଗାଡ଼ି ମାଧ୍ୟମରେ ବ୍ଲକ ସ୍ତରୀୟ ଜନ ସଚତନତା ଶିବିର, ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସୁବିନିଯୋଗ ତଥା ଜଳର ସଂରକ୍ଷଣ ସମ୍ବନ୍ଧୀୟ ଆଲୋଚନା ଚକ୍ର କାର୍ଯକ୍ରମ ମାନ ଆୟୋଜନ କରାଯିବ । ଫେବୃଆରି ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଏହି ମହୋସôବରେ "ପାଣି କା ପାଠ ଶାଳା’, ଶ୍ରମଦାନ, ବୃ୍ଷରୋପଣ,ନୂତନ ପ୍ରକଳ୍ପ ଲୋକାର୍ପଣ ସହିତ ନୂତନ ପ୍ରକଳ୍ପଭିତି ପ୍ରସ୍ତର ସ୍ଥାପନ ଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି ବୋଲି ପ୍ରକଳ୍ପ ନିଦେ୍ର୍ଦଶକ, ଜଳ ବିଭାଜିକା, ଅଶୋକ କୁମାର୍ ସେନାପତି ସୂଚନା ଦେଇଛନ୍ତି । ଏହି ବୈଠକରେ କୃଷି ତଥା ଆନୁସାଙ୍ଗିକ ବିଭାଗ ଯଥା ଜିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା, ସହକାରୀ ନିଦେ୍ର୍ଦଶକ ଉଦ୍ୟାନ ବିଭାଗ ଶ୍ରୀ ଷୌମେନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଜିଲ୍ଲା ମସ୍ତ୍ୟ ଅଧିକାରୀ, ସହକାରୀ ନିଦେ୍ର୍ଦଶକ ଜଳ ବିଭାଜିକା ପ୍ରଦୀପ କୁମାର ରାଉତ, ବନମାଳି ପାତ୍ର, ଦିପ୍ତିମୟୀ ଦାସ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।