ଜିଲ୍ଲା ନଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା : ଜିଲ୍ଲାପାଳ
ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକରେ ଅଧ୍ୟକ୍ଷତା କରି ସହରାଂଚଳ ନିମନ୍ତେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ଲୋକମାନଙ୍କ ପାଖରେ କିପରି ସଠିକ୍ ଭାବେ ପହଁଞ୍ଚିପାରିବ ସେଥିପ୍ରତି ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ‘ସହଯୋଗ’ ପୋଗ୍ରାମ ମାଧ୍ୟମରେ ସହରାଞ୍ଚÿଳର ଗରୀବ ଶ୍ରେଣୀର ବ୍ୟକ୍ତି ସରକାରଙ୍କ ୧୩ଟି ସ୍କିମ୍ର ଲାଭ ଉଠାଇପାରିବ ସେଥିଲାଗି କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମଧୁବାବୁ ପେନସନ୍, ସାମାଜିକ ସୁରକ୍ଷା, ଇ-ଶ୍ରମ ପୋର୍ଟାଲ, ସୁକନ୍ୟା ସମୃଦ୍ଧ ଯୋଜନା, ପିଏମ୍ ବିଶ୍ୱକର୍ମା, ଆୟୁଷ୍ମାନ ଭାରତ, ଉଜ୍ୱଳା, ନିର୍ମାଣ ଶ୍ରମିକ କାର୍ଡ, ଭିନ୍ନକ୍ଷମ ଭତା, ସୁଭଦ୍ରା, ପିଏମ୍ ସୁରକ୍ଷା ବୀମା ଯୋଜନା, ଭଳି ୧୩ଟି ଯୋଜନାର ସୁବିଧା ଜନସାଧାରଣଙ୍କୁ କିପରି ମିଳି ପାରିବ ସେଥିପ୍ରତି ସମସ୍ତ ସହରାଂଚଳ କର୍ମଚାରୀମାନେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ସମସ୍ତ ସହରାଚଂଳ ଗୁଡିକରେ ରାଜସ୍ୱ ଆଦାୟ, ପୋଖରୀ ପୁନଃରୁଦ୍ଧାର, ବର୍ଷାଜଳ ନିଷ୍କାସନ, ଜଳଛତ୍ର ଓ ସଫେଇ ଉପରେ ଗୁରୁତ୍ୱ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମକୁ ଛାଡି ବାକି ୧୭ଟି ସହରାଂଚଳରେ କୋଠା ନିର୍ମାଣ ନିମନ୍ତେ ମୋଟ ୮୭୧ ଜଣ ଆବେଦନ କରିଥିବା ବେଳେ ୭୨୯ ଜଣଙ୍କ ମଞ୍ଜୁର ହୋଇଥିବା ବୈଠକରେ ଜଣାପଡିଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ଦେବଦତ୍ତ ପଣ୍ଡାଙ୍କ ସମେତ ସମସ୍ତ ସହରାଂଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।