ଜୀବନ ପର୍ଯ୍ୟାୟ

ଜୀବନ ପର୍ଯ୍ୟାୟ

ଆଜ୍ଞା ନମସ୍କାର,
ଜୀବନର ଛୋଟ କଥାର ବଡ ବିଚାରକୁ ନେଇ 'ଅମୃତ ବିନ୍ଦୁ'ର ଉପସ୍ଥାପନା  । 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଂକୁ ସ୍ୱାଗତ କ୍ଷ ଆଜି ଜାଣିବା ନିଜକୁ ଶାନ୍ତ୍ୱନା ଦେବା କାହିଁକି ଆବଶ୍ୟକ ? ଏତକ କଥାକୁ ଆପଣ ଗ୍ରହଣ କରନ୍ତୁ, ହୃଦୟଂଗମ କରନ୍ତୁ ଆଉ ବିଚାର କରନ୍ତୁ  ।
ଜୀବନରେ ଜଣେ ଯେତେ ସଫଳ ହେଇଥାଉନା ପଛେ, ତା'ର ବି ରହିଛି ଅନେକ ଅଦେଖା ଅସଫଳତାର କାହାଣୀ । ମଣିଷର ଜୀବନ ହେଉଛି ସଂଘର୍ଷର ଏକ ଲମ୍ବା କାହାଣୀ । ଯେଉଁ କାହାଣୀ ଅ ।ରମ୍ଭରୁ ଶେଷ ଯାଏଁ କେବଳ ସଂଘର୍ଷ ହିଁ ସଂଘର୍ଷ ! ସଂଘର୍ଷର ଶେଷରେ କିନ୍ତୁ ଥାଏ ଜୟ ଓ ପରାଜୟ, ଉଭୟ । ସବୁ ସଙ୍ଘର୍ଷ ପରେ ଉଭୟଟି ମଧ୍ୟରୁ କୌଣସି ଗୋଟାଏ ରହିଛି । ସବୁ ସଂଘର୍ଷ ସବୁବେଳେ ବିଜୟ ଆଣି ଦେବ ବୋଲି ଅ ।ଶା କରିବା ମଧ୍ୟ ନୁହେଁ । ସଫଳତା ଏବଂ ବିଫଳତା ଜୀବନର ଦୁଇଟି ପର୍ଯ୍ୟାୟବାଚୀ ଶବ୍ଦ । ଗୋଟିଏ ପରିସ୍ଥିତି ପାଇଁ କୌଣସି ଏକ ଘଟଣା ସଫଳତା ହୋଇଥିବା ବେଳେ ପରିବର୍ତ୍ତିତ ପରିସ୍ଥିତିରେ ତାହା ହୁଏତ ବିଫଳତା ପ୍ରମାଣିତ ହୋଇପାରେ । ତେଣୁ କୌଣସି ଏକ ର୍ନିଦ୍ଦିଷ୍ଟ ସଫଳତା ପାଇଁ ଉଲ୍ଲସିତ ହେବା ଉଚିତ ନୁହେଁ କିମ୍ବା କୌଣସି ବି ବିଫଳତାରେ ଦୁଃଖରେ ଭାଙ୍ଗି ପଡ଼ିବା ବି ଠିକ୍ ନୁହେଁ । ସଙ୍ଘର୍ଷ ହେଉଛି କେବଳ ପରିସ୍ଥିତିର ଗୋଟିଏ ଗୋଟିଏ ରୂପ ।
ସେହି ର୍ନିଦ୍ଦିଷ୍ଟ ପରିସ୍ଥିତି ପାଇଁ ଅ ।ମେ ଯାହାକୁ ସଫଳତା ବୋଲି କହୁଛୁ, ପରିବ ିର୍ତ ଅବସ୍ଥାରେ ତାହା ସହିତ ବିଫଳତା ବି ହୋଇପାରେ । ବନ୍ୟା ବେଳେ ଭାସି ଯାଉଥିବା କାଠ ଗଣ୍ଡିଟିକୁ ଧରି ପକାଇବା ସେହି ପରିସ୍ଥିତି ପାଇଁ ହୁଏତ ସଫଳତା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଏହି କାଠଗଣ୍ଡିକୁ ଆଶ୍ରୟ କରି ଭାସି ଯାଉଥିବା ସାପଟି ଆମ ସମ୍ମୁଖକୁ ଆସି ଯାଇପାରେ । ସେତିକି ବେଳକୁ କାଠ ଗଣ୍ଡିଟିକୁ ଧରି ପକାଇବାକୁ ଆମେ ସଫଳତା ବୋଲି କହିପାରିବା କି?
ସଂଘର୍ଷମୟ ଜୀବନରେ ସଫଳତା ବା ବିଫଳତାର କୌଣସି ସର୍ବକାଳୀନ ମୂଲ୍ୟ ନଥାଏ ।  ଆମେ ଯାହାକୁ ତକ୍ରାଳିକ ପରିସ୍ଥିତିରେ ବନ୍ଧୁ ବୋଲି ଭାବି ସାମୟିକ ସାହାଯ୍ୟ ପାଇଥାଉ, ହୁଏତ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିଟିକୁ ଆମ ପାଇଁ ଛଳନାକାରୀ ଭାବେ ଉଭା ହେଇପାରେ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।