ଜୀବାଣୁ ମୁକ୍ତ ଅଭିଯାନ
ଆସିକା : ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଜୀବାଣୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ତଦାରଖ ନିମନ୍ତେ ଆସିକା, ଧରାକୋଟ ଅଂଚଳ ପରିଦର୍ଶନ କରିଛନ୍ତି । ବର୍ଷା ଋତୁରେ ଅଳ୍ପକେ ଅସାବଧାନତା କାରଣରୁ ମୂଲ୍ୟବାନ ଜୀବନ ଚାଲିଯିବାର ସମ୍ଭବନା ରହିଛି । ତେଣୁ ବିଭିନ୍ନ ଗ୍ରାମରେ ଡେଙ୍ଗୁ, ହଇଜା, ଡାଇରିଆ ନହେବା ନିମନ୍ତେ କିଭଳି ପ୍ରସ୍ତୁତି ରହିଛି ତାକୁ ପରିଦର୍ଶନ କରି ଫେରିଛନ୍ତି । ଆସିକା ଉପଖଣ୍ଡ ଚିକିତ୍ସାଳୟ, ବାଲିସିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଦେବଭୂମି, ଧରାକୋଟ, ଜଗମୋହନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସିଥିବା ସୂଚନା ମିଳିଛି । ଏହି ଟିମ୍ରେ ଏଡିଏମ୍ ତଥା ସିଟି ହସ୍ପିଟାଲର ମୁଖ୍ୟ ଚିକିତ୍ସାଅଧିକାରୀ ଡ. ବିଶ୍ୱମ୍ବର ବେହେରା, ଆଇସିବିସି ପ୍ରଦୀପ ସାହୁ, ସିଟି ହସ୍ପିଟାଲ ପରିଚାଳକ ବିଭୁ ପ୍ରସାଦ ଶତପଥି, ଆସିକା ବାଲିସିରା ମେଡିକାଲ ଡାକ୍ତର ବିପିଏମ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତଥିଲେ । ଚଳିତ ବର୍ଷା ଋତୁରେ ଗାଁ ଗାଁ ରେ ଡାଇରିଆ, ହଇଜାର ନିୟନ୍ତ୍ରଣ ଲାଗି ଆଶା, ସ୍ୱାସ୍ଥ୍ୟ କର୍ମୀ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କ୍ଷେତ୍ର ଅଧିକାରୀ, ଅଙ୍ଗନବାଡି କର୍ମୀ, ସମସ୍ତେ ମିଳିମିଶି କୂଅ, ପୋଖରୀ, ନଳକୂପ ଆଦି ସଫା କରିବା ନେଇ ପରାମର୍ଶ ପ୍ରଦାନ କରିଥିଲେ ।