ଜେଏସ୍ଡବ୍ଲୁ୍ୟ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ଉଦଯାପିତ

ପାରାଦ୍ୱୀପ: ପାରାଦ୍ୱୀପସ୍ଥିତ ଜେଏସ୍ଡବ୍ଲୁ୍ୟ ପକ୍ଷରୁ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ପ୍ରକଳ୍ପ ପରିସରରେ ଆୟୋଜିତ ଏକ ସମାରୋହରେ କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ, କର୍ମଚାରୀ, ଅଧିକାରୀ ମାନେ ନିଜ ନିଜର ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ । କାରଣ ନିଜର ଜୀବନ ସୁରକ୍ଷା ନିଜ ପରିବାର ପାଇଁ ଯଥେଷ୍ଟ ମୂଲ୍ୟବାନ ବୋଲି କହିଥିଲେ । 
ଏହି ଅବସରରେ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ଭାଷାରେ ସ୍ଲୋଗାନ ଲିଖନ, ପ୍ରବନ୍ଧ ଲିଖନ, କୁଇଜÿ ପ୍ରତିଯୋଗିତା, ପୋଷ୍ଟର ଅଙ୍କିବା, ସହିତ ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଉଦଯାପନୀ ଉସôବରେ ଜେଏସଡବ୍ଲୁ୍ୟ ପାରାଦୀପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ପ୍ରକଳ୍ପ ଅଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ ଠିକାଦାର ସଂସ୍ଥା, ଶ୍ରମିକ, କର୍ମଚାରୀ, ଓ ସମସ୍ତ ବିଭାଗୀୟ ମୁଖ୍ୟ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।